Tuesday , August 9 2022
Breaking News
Home / ବିଶେଷ / ଧୃତ ନାପିତ ଗିରଫ , ଲୁଟ ସୁନା ଚେନ୍ ଜବତ

ଧୃତ ନାପିତ ଗିରଫ , ଲୁଟ ସୁନା ଚେନ୍ ଜବତ

ଭୁବନେଶ୍ୱର , ୨୭/୧୨/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଆରେ ଗୋଟିଏ ପ୍ରବାଦ ଅଛି ‘ନାପିତଂ ଧୃତଂ’ । ଅର୍ଥାତ୍ ବାରିକ ମାନେ ବହୁତ୍ ଧୃତ ବା ଚାଲାକ୍ । ଏହିଭଳି ଜଣେ ଧୃତ ନାପିତ ବା ଧୃତ ବାରିକ ଅଭିନବ ଉପାୟରେ ଲୁଟ କରି କମିଶନରେଟ୍ ପୁଲିସ ଦ୍ୱାରା ଗିରଫ ହୋଇଛି । ମିଳିଥିବା ସୂଚନା ରୁ ପ୍ରକାଶ ଚୁଟି କାଟୁ କାଟୁ ଗ୍ରାହକର ସୁନାଚେନ୍ କାଟିନେଇଥିବା ଜଣେ ଧ୍ରୁତ ବାରିକକୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଭରତପୁର ଲେନ୍-୪ର ନାରାୟଣ ଡାକୁଆ । ପୋଲିସ ତା’ଠାରୁ ୧୨ ଗ୍ରାମର ଏକ ସୁନା ଚେନ୍ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ନାରାୟଣ ଡୁମୁଡୁମା ଫେଜ୍-୨ରେ ଥିବା ଏସ୍ଆର୍କେ ସେଲୁନରେ କାମ କରେ । ଗତ ୨୫ ତାରିଖରେ ସୌମ୍ୟରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଚୁଟି କାଟିବାକୁ ଉକ୍ତ ସେଲୁନକୁ ଯାଇଥିଲେ । ସୌମ୍ୟରଞ୍ଜନଙ୍କ ଚୁଟି କାଟୁ କାଟୁ ଅତି ଚତୁରତାର ସହ ତାଙ୍କ ବେକରୁ ୧୨ଗ୍ରାମର ସୁନା ଚେନ୍ଟିକୁ ନାରାୟଣ । ପରେ ଏନେଇ ସୌମ୍ୟରଞ୍ଜନ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ କରି ନାରାୟଣକୁ ଗିରଫ କରିବା ସହ ତା’ ନିକଟରୁ ସୌମ୍ୟରଞ୍ଜନଙ୍କ ବେକରୁ କାଟି ନେଇଥିବା ସୁନା ଚେନ୍ କୁ ପୋଲିସ ଜବତ କରିଛି ।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.