Tuesday , September 27 2022
Breaking News
Home / ରାଜନୀତି / ଵିଜୁ ଜନତା ଦଳ ଗଠନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକ ସଦର ଵିଜେଡିର ରୈ।ପ୍ୟ ଜୟନ୍ତୀ ଉତ୍ସବ ପାଳନ

ଵିଜୁ ଜନତା ଦଳ ଗଠନର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କଟକ ସଦର ଵିଜେଡିର ରୈ।ପ୍ୟ ଜୟନ୍ତୀ ଉତ୍ସବ ପାଳନ

କଟକ ସଦର, ୨୬/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵିଜୁ ଜନତା ଦଳ ଗଠନର ୨୫ ଵର୍ଷ ପୂର୍ତି ଉପଲକ୍ଷେ କଟକ ସଦର ଵିଜେଡି ପକ୍ଷରୁ ଆଜି ରଵିଵାର ଅପରାହ୍ନରେ ସଦର ବ୍ଲକ ଅନ୍ତର୍ଗତ ଅରିଲୋ ପଞ୍ଚାୟତ ଖେଳ ପଡିଆ ଠାରେ ରୈ।ପ୍ୟ ଜୟନ୍ତୀ ସମାରୋହ ମହାସମାରୋହରେ ପାଳିତ ହୋଇ ଯାଇଛି।ଏଥିରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ଲୋକସେଵା ମାଧ୍ୟମରେ ଲୋକମାନଙ୍କ ଅଧିକ ନିକଟତର ହେଵା,ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ନିଷ୍ଠାର ସହିତ ଲୋକମାନଙ୍କ ନିକଟରେ ନିଜକୁ ସମର୍ପିତ କରିଵାକୁ ଆଜିର ଦିନରେ ସଂକଳ୍ପବଦ୍ଧ ହେଵାକୁ କର୍ମୀମାନଙ୍କୁ କହିଥିଲେ। ଏଥିରେ ଅନ୍ୟତମ ଅତିଥି ଭାଵେ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା କୁନା ଓରଫ ସତ୍ୟବ୍ରତ ତ୍ରିପାଠୀ ଯୋଗ ଦେଇ ମନୋରଞ୍ଜନ ଛଳରେ ନଵୀନ ପଟ୍ଟନାୟକଙ୍କ ଗୁଣଗାନ କରିଥିଲେ।କାର୍ୟ୍ୟକ୍ରମକୁ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର ସଂଚାଳନ କରିଥିବା ବେଳେ ଵ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ସମର ବେହେରା,ଆତ୍ମା ସଭାପତି ରଜନୀକାନ୍ତ ସାହୁ, ଛାତ୍ର ଵିଜେଡି ସଭାପତି ସତ୍ୟସିଧାନ୍ତ ଦାସ, ଜିଲ୍ଲା ମହିଳା ଵିଜେଡି ସଭାପତି ସୁଭଦ୍ରା ଦାସ,ମିଶନ ଶକ୍ତି ସଂଯୋଜକ ଶରତ ରାୟ,ପ୍ରମୁଖ ବକ୍ତବ୍ୟ ରଖିଥିଲେ।ଏହି ଅଵସରରେ ୮ ଜଣ ପୁରୁଖା ଵିଜେଡି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଚାଳନାରେ ଅରିଲୋ ସରପଞ୍ଚ ଅକ୍ଷୟ କୁମାର ସାହୁ, ସମିତି ସଭ୍ୟ ରୂପକ କୁମାର ସ୍ୱାଇଁ, ପଞ୍ଚାୟତ ଵିଜେଡି ସଭାପତି ଆଲୋକ ରଂଜନ ଖଣ୍ଡୁଆଳ, ଶ୍ରମିକ ନେତା କମଲ ଵାଵୁ ପ୍ରମୁଖ ସହାୟତା କରିଥିଲେ।ଉତ୍ସଵରେ ନିର୍ବାଚନ ମଣ୍ଡଳୀର ୬ ଗୋଟି ଜିଲ୍ଲା ପରିଷଦ ଯୋନର ୩୭ ଗୋଟି ପଞ୍ଚାୟତରୁ ନିର୍ବାଚିତ ପ୍ରତିନିଧି ମାନଙ୍କ ସମେତ ଦଳୀୟ କର୍ମୀ ଯୋଗ ଦେଇଥିଲେ।ଓଡ଼ିଶା ସମାଚାର

Leave a Reply

Your email address will not be published.