ନିଶ୍ଚିନ୍ତକୋଇଲି,୨୬/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ବିଜୁ ଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ ନିଶ୍ଚିନ୍ତକୋଇଲି ବ୍ଲକ ର ଓରତି ପଂଚାୟତ ର ଖଣ୍ଡାୟତ ପଟିକିରା ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏକ ମନୋଜ୍ଞ ଉତ୍ସବ ରେ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଉପସ୍ଥିତ କର୍ମୀ, ନେତା ଓ ଜନସାଧାରଣ ଙ୍କୁ ଉଦବୋଧନ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଛ ଶାସନ ଓ ସ୍ଥିର ସରକାର ଯୋଗୁଁ ରାଜ୍ୟର ପ୍ରଗତି ଦ୍ବିଗୁଣିତ ହୋଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସରକାର ଙ୍କର ଏକ ମହନୀୟ ଅବଦାନ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ରାଜ୍ୟର ଅଗଣିତ ଗରିବ ଲୋକେ ଉପକୃତ ହୋଇପାରିବେବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।
ଏହି ଉତ୍ସବ ରେ ମାହାଙ୍ଗାବ୍ଲକ ଚେୟାରମ୍ୟାନ ଶରତ ନାୟକ, ନିଶ୍ଚିନ୍ତକୋଇଲି ଚେୟାରମ୍ୟାନ ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ଯୁବ ନେତା ଅଶୋକ ଓଝା, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପଣ୍ଡା, ଆତ୍ମା ସଭାପତି ହିମାଂଶୁ ଶେଖର ମହାନ୍ତି,ବିଜେଡି ନେତା ବ୍ରଜ ମୋହନ ପଣ୍ଡା, ସରପଞ୍ଚ ଭୂପତି ଭୂଷଣ ଷଣ୍ଢ,ଦାଉଦପୁର ପ୍ରାକ୍ତନ ସରପଞ୍ଚ ଦିବାକର ସାହୁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମନ୍ତ୍ରୀ ଶ୍ରୀ ଜେନା କେତେକ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବହୁ କର୍ମୀ ଅନ୍ୟ ଦଳ ତ୍ୟାଗକରି ବିଜେଡି ରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର