Tuesday , August 9 2022
Breaking News
Home / ତାଜା ଖବର / ମାଞ୍ଜା ସୂତା ସୂତାରେ ବେକ କଟି ସ୍ତ୍ରୀ ସମ୍ମୁଖରେ ସ୍ୱାମୀର ଜୀବନ ଗଲା

ମାଞ୍ଜା ସୂତା ସୂତାରେ ବେକ କଟି ସ୍ତ୍ରୀ ସମ୍ମୁଖରେ ସ୍ୱାମୀର ଜୀବନ ଗଲା

ଜଗତପୁର,୨୬/୧୨/୨୦୨୧ (ଓଡ଼ିଶା ସମାଚାର)- ମୃତ୍ୟୁ କେତେବେଳେ, କେମିତି ଆସେ ତାହା ଜାଣିବା ମୁସ୍କିଲ । ବାଇକ୍ ରେ ଶ୍ୱଶୁର ଘରକୁ ଯାଉଥିବା ନବ ବିବାହିତ ଦମ୍ପତି ଙ୍କ ମଧ୍ୟରୁ ସ୍ୱାମୀଙ୍କ ଜୀବନ ନେଲା ମାଞ୍ଜା ସୂତା। ମାଞ୍ଜା ସୂତା ବା ଗୁଡି ସୂତାରେ ବେକ କଟି ସ୍ୱାମୀ ମୃତ। ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ପୀରବଜ଼ାର ଅଞ୍ଚଳରେ ।ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୟରପୁର ଗ୍ରାମର ଜୟନ୍ତ ସାମଲ ।ସୂଚନାନୁସାରେ, ଆଜି ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା। ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା ଓ ଭାରସାମ୍ୟ ହରାଇ ସେ ବାଇକ୍ ରୁ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ କୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ମୃତ ଜୟନ୍ତ ଙ୍କ ପରିବାର ଏତଲା ଦେଇଛନ୍ତି । ଗତ ଜୁନ ମାସରେ ଜୟନ୍ତ ବିବାହ କରିଥିଲେ । ତାଙ୍କ ମୃତ୍ୟୁ ପରେ ନବ ବିବାହିତା ଜଣଙ୍କ ଭାଙ୍ଗି ପଡିଛନ୍ତି ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.