Saturday , August 13 2022
Breaking News
Home / ରାଜନୀତି / ଭୁବନ ରେ ବିଜେଡିର ରୌପ୍ୟଜୟନ୍ତୀ ପାଳନ

ଭୁବନ ରେ ବିଜେଡିର ରୌପ୍ୟଜୟନ୍ତୀ ପାଳନ

ସୁସ୍ଥ ଓଡିଶା ,ସମୃଦ୍ଧ ଓଡିଶା ଗଠନ ନବୀନ ବାବୁ ଙ୍କ ଲକ୍ଷ୍ୟ : ବିଜୟ ନାୟକ
ଭୁବନ ୨୬/୧୨/୨୦୨୧(ଓଡ଼ିଶା ସମାଚାର)- ମହାନ ଜନନାୟକ ବିଜୁ ପଟ୍ଟନାୟକ ଙ୍କ ଆଦର୍ଶକୁ ନେଇ ଗଠିତ ବିଜୁଜନତା ଦଳ ଆଜି ୨୫ ବର୍ଷରେ ପଦାର୍ପଣ କରିଛି । କିଛିଦିନ ପୂର୍ବେ କେନ୍ଦ୍ର ସରକାରଙ୍କର ଗୋଟିଏ ହେଲ୍ଥ କାର୍ଡ ପାଇବାକୁ ଲୋକେ ରାତି ଅନିଦ୍ରା ହୋଇ ମଧ୍ୟ କାର୍ଡ ପାଇପାରିନଥିଲେ । ଲୋକଙ୍କଏହି ଦୁଃଖ ଲାଘବ ପାଇଁ ନବୀନ ବାବୁ ବିନାମୂଲ୍ୟରେ ସାଢେ ୩ କୋଟି ଓଡିଆଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ କରିଥିଲେ । ଏହି କାର୍ଡ ଦ୍ୱାରା ଗରିବ ଲୋକମାନେ ସମସ୍ତ ସରକାରୀ ଡାକ୍ତରଖାନା ସମେତ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ହୋଇପାରିବାର ବ୍ୟବସ୍ଥା କରିଛନ୍ତି ନବୀନ ବାବୁ । ଖାଲି ସେତିକି ନୁହେଁ ପରିବାରର ପୁରୁଷ ଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦେବା ସାରା ଦେଶରେ ପ୍ରଥମ । ପଂଚାୟତ ଓ ପୌର ନିର୍ବାଚନରେ ୪୦ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଘୋଷଣା କରି ନବୀନ ବାବୁ ଦେଶର ରୋଲ ମଡେଲ ସାଜିଛନ୍ତି । ଏହା ପୂର୍ବରୁ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ ଓ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ଅତ୍ମ ନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିଛନ୍ତି ନବୀନ ବାବୁ । ୨୦୦୦ ମସିହା ପୂର୍ବର ଓଡିଶା ଓ ୨୦୨୧ ର ଓଡିଶା ମଧ୍ୟରେ ଆକାଶ ପାତାଳ ଫରକ । ବିଜୁବାବୁ ଙ୍କ ସ୍ୱପ୍ନର ଓଡିଶା , ସୁସ୍ଥ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ ନବୀନ ବାବୁ ଙ୍କ ଏକମାତ୍ର ଲକ୍ଷ୍ୟ ବୋଲି ସ୍ଥାନୀୟ ଯାତ୍ରା ପଡିଆ ଠାରେ ଭୁବନ ବ୍ଲକ ଓ ଏନଏସି ବିଜେଡି ତରଫରୁ ମିଳିତ ଭାବେ ଆୟୋଜିତ ରୌପ୍ୟଜୟନ୍ତୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତବ୍ୟ ଦେବାସହ ଆସନ୍ତା ପଂଚାୟତ ଓ ପୌର ନିର୍ବାଚନରେ ବିଜୁଜନତା ଦଳ କୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର , ମନ୍ତ୍ରୀ ପ୍ରତିନିଧି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ , ପୂର୍ବତନ ପୌରାଧ୍ୟକ୍ଷା ସ୍ୱର୍ଣ୍ଣମଂଜରୀ ସାହୁ , ପୂର୍ବତନ ଉପନଗରପାଳ ମାୟାଧର ସାହୁ , ଜିଲ୍ଲାପରିଷଦ ସଭ୍ୟ ପ୍ରବୋଧ ଦାଶ , ବ୍ଲକ ବିଜେଡି ସଭାପତି ରମେଶଚନ୍ଦ୍ର ସାହୁ , ବିଜୁ ଛାତ୍ରଜନତା ଦଳ ରାଜ୍ୟ ସଂପାଦକ ସଂଜୀବ ପୃଷ୍ଟି , ଜିଲ୍ଲା ଯୁବବିଜେଡି ସାଧାରଣ ସଂପାଦକ ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ମଂଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବିଜେଡି ସଂପାଦକ ଅଜୟ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଜୁବାବୁ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପକ୍ଷ୍ଣଚ୍ଚ କରାଯିବା ପରେ କେକ୍ କଟାଯାଇଥିଲା । ରୌପ୍ୟଜୟନ୍ତୀ ଉତ୍ସବରେ ବ୍ଲକର ବିଭିନ୍ନ ପଂଚାୟତ ର ସରପଂଚ , ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ପ୍ରାୟ ୧ ହଜାରରୁ ଉଦ୍ଧ୍ୱର୍ ଦଳୀୟକର୍ମୀ ଓ ମହିଳା ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.