Thursday , January 20 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଚାଟରା ମାର୍କେଟ ୟାର୍ଡ ଠାରେ ଆଦର୍ଶ ମଣ୍ଡି ପାଇଁ ଶିଳାନ୍ୟାସ

ଚାଟରା ମାର୍କେଟ ୟାର୍ଡ ଠାରେ ଆଦର୍ଶ ମଣ୍ଡି ପାଇଁ ଶିଳାନ୍ୟାସ

ଜଗତସିଂହପୁର,୨୬/୧୨/୨୦୨୧(ଓଡ଼ିଶା ସମାଚାର)-ରବିବାର ପୂର୍ବାହ୍ନରେ ଚାଟରା ମାର୍କେଟ ୟାର୍ଡ ଠାରେ ଏକ ଆଦର୍ଶ ମଣ୍ଡି ନିର୍ମାଣ ନିମନ୍ତେ ଜଗତସିଂହପୁର ବିଧାୟକ ତଥା ଜିଲା ଯୋଜନା  କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଓ ଜଗତସିଂହପୁର ସାଂସଦ ଡ଼ାକ୍ତର ରାଜଶ୍ରୀ ମଲିକ ଙ୍କ ଦ୍ୱାରା ଶୁଭ ଶିଳାନ୍ୟାସ ହୋଇଯାଇଛି । ଏହି ଆଦର୍ଶ ମଣ୍ଡି ନିମନ୍ତେ ୨ କୋଟି ୬୦ ଲକ୍ଷ ୪୬ ହଜାର ୧୩୪ ଟଙ୍କା ବ୍ୟୟ ଅଟକଳ ରହିଛି ।  ଏହି ଆଦର୍ଶ ମଣ୍ଡି ରେ କୃଷକ ମାନଙ୍କ ପାଇଁ ବଜାର ସମ୍ପର୍କିତ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଠାରେ କମ୍ପ୍ୟୁଟର ସୁବିଧା ସହ ଟଏଲେଟ, ପାନୀୟ ଜଳ,ମିନି ବ୍ୟାଙ୍କ / ଏଟିଏମ ସୁବିଧା ରହିବ । ଚାଷୀମାନେ ବିକ୍ରୀ ପାଇଁ ଆଣିଥିବା ବଳକା ପନି ପରିବା ରଖିବା ପାଇଁ ଫ୍ରିଜର ବ୍ୟବସ୍ଥା  ରହିବ । ୨୫୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଦୁଇଟି ଗୋଦାମ ଗୃହ ରହିବ । ସିକ୍ୟୁରିଟି ରୁମ୍ ଗାରବେଜ୍ ଓ ପିଣ୍ଡି ନିର୍ମାଣ ହେବ । ଏହି ଶିଳାନ୍ୟାସ ଉତ୍ସବରେ ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ସଭାପତି ତଥା ଉପଜିଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲିକ୍, ଉପସଭାପତି ଶ୍ରୀ ଦିପ୍ତି କୁମାର ଦାସ , ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି , ବୁଦ୍ଧିଜିବୀ , ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ  ଢ଼ିଙ୍କିଆ ଗାଁରେ ପରିବର୍ତ୍ତନର ଧାରା, ବହୁ ପରିବାର  ଦେଲେ ପାନବରଜ

ପାରାଦୀପ, ୫/୧/୨୦୨୨ (ଓଡ଼ିଶା ସମାଚାର)-ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଏବେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବାରେ …

Leave a Reply

Your email address will not be published. Required fields are marked *