Tuesday , August 16 2022
Breaking News
Home / ବିଶେଷ / ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ବିପୁଳ  ସମ୍ବର୍ଦ୍ଧନା

ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ବିପୁଳ  ସମ୍ବର୍ଦ୍ଧନା

କିଶନନଗର , ୨୫/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ସୁଶାସନ ଦିବସ ପାଳନ କରୁଛି ବିଜେପି । ଏହି ଅବସରରରେ ଆଜି କଟକ କନ୍ଦରପୁର ଠାରେ  ବିଜେପି ପକ୍ଷରୁ ପାରାଦୀପ ଅଭିମୁଖେ ଯାଉଥିବା ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ  ସହ କନ୍ଦରପୁର ଠାରେ ଏକ ପଦଯାତ୍ରା କରାଯାଇଥିଲା।

ଜଗତସିଂହପୁର ଜିଲାର ପାରାଦୀପ ଠାରେ ଆଜି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯିବା  ବାଟରେ ସାଂସଦ ଅପରାଜିତା ଷଡଙ୍ଗୀ ଙ୍କୁ ବିଜେପି ନେତା ଓ କର୍ମୀ ମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ  କରାଯାଇଥିଲା।ଏହି ଅବସରରେ ଶିଶୁ ଚିତ୍ରଶିଳ୍ପୀ ଲଳିତ ନାରାୟଣ ସ୍ୱାଇଁ ଅପରାଜିତା ଙ୍କର ଅବିକଳ ଆଙ୍କିଥିବା ଛବି ସଂସଦ ଙ୍କୁ ଅର୍ପଣ କରିଥିଲେ । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶିଳ୍ପୀ ଲଳିତ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବ ରେ କଟକ ସଦର ଚେୟାର ମ୍ୟାନ୍ ଶ୍ରୀମନ୍ତିନି ବେହେରା,ପିୟୁସ ରଞ୍ଜନ ପରିଡା,ପ୍ରତିଭା ଶତପଥି, ସୌମ୍ୟ ରଞ୍ଜନ ଷଡଙ୍ଗୀ,ଶୁଭେନ୍ଦୁ ସ୍ୱାଇଁ,ସନ୍ତୋଷ ଭୋଇ,ଦାଶରଥି ପ୍ରସାଦ ଚୌଧୁରୀ ପ୍ରମୁଖ ଓ ଶତାଧିକ ବିଜେପି କର୍ମୀ  ଉପସ୍ଥିତ ରହିଥିଲେ।ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.