ପାରାଦୀପ,୨୫/୧୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ସହରର ବିଭିନ୍ନ ଗଳିକନ୍ଦିରୁ ଓଦା ଓ ଶୁଖିଲା ଅଳିଆ ନେବା ପାଇଁ ପାରାଦୀପ ପୌରପାଳିକାକୁ ବହୁ ପରିଶ୍ରମ କରିବାକୁ ପଡୁଥିଲା । ଗଳି କନ୍ଦିରୁ ଅଳିଆ କାଢିବା ପାଇଁ ଆବଶ୍ୟକ ବ୍ୟାଟେରୀ ଚାଳିତ ଯାନର ଶନିବାର ଦିନ ପୌରପାଳିକା କାର୍ଯ୍ୟାଳୟର ଶୁଭାରମ୍ଭ କରାଯାଇଛି । ପାରାଦୀପ ବିଧାୟକ ସଂବିତ ରାଉତରାୟ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବ୍ୟାଟେରୀ ଚାଳିତ ଯାନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ୩୫ଗୋଟି ବ୍ୟାଟେରୀ ଚାଳିତ ଗାଡି ସହରରୁ ଅଳିଆ ଉଠା କାମରେ ନିୟୋଜିତ ହେବେ । ଘରକୁ ଘର ବୁଲି ଏହି ଗାଡି ଅଳିଆ ସଂଗ୍ରହ କରିବେ । ଏହାକୁ ମହିଳାମାନେ ଚଳାଇବେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଲେଖାଏଁ ସହାୟକ ନିଯୁକ୍ତି ହୋଇଥିବା ନେଇ ପୌର ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର, ପାରାଦୀପର ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର