Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ /  ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

 ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଭୁବନ,୨୫/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ରୋଗୀ କଲ୍ୟାଣ ସମିତି ବେଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ  ଙ୍କ ଭୁବନ ପ୍ରତିନିଧି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଅତିଥି ଭାବେ ଯୋଗଦେଇଥିଲେ । ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ପୂର୍ବ ଅଧିବେଶନର ବିବରଣୀ ପାଠ କରିବାସହିତ ଗତ ୨୦୨୦ ଅପ୍ରେଲ ୧ ତାରିଖଠାରୁ ୨୦୨୧  ମାର୍ଚ୍ଚ ୩୧ ସମୁଦାୟ ୯ ଲକ୍ଷ ୬୦ ହଜାର ଟଙ୍କା ଏବଂ ଗତ ଅପ୍ରେଲ ୧ ଠାରୁ ୨୩.୧୨.୨୦୨୧  ପର୍ଯ୍ୟନ୍ତ ୩ ଲକ୍ଷ ୯୮ ହଜାର ଟଙ୍କା ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିଥିଲେ ଓ ମେଡିକାଲ ର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ । ଓପିଡି ବିଲଡିଂ ମରାମତି କରାଯାଇ ଏସି ଲଗାଯିବା , ସାଇକେଲ ଷ୍ଟାଣ୍ଡ ନିର୍ମାଣ, ଦକ୍ଷିଣ ଓ ପଶ୍ଚିମ ପାଶ୍ୱର୍ ପ୍ରାଚୀର ଉଚ୍ଚା କରାଯିବା, ପଛ ପାଶ୍ୱର୍ରେ ବାଲି ଫିଲିଂ କରାଯିବା, ଏକ୍ସରେ ରୁମ,ଲେବର ରୁମ ରେ ଏସି ଲଗାଯିବା, ଡିଜିଟାଲ ଏକ୍ସରେ ମେସିନ,କମ୍ପ୍ୟୁଟର,ସ୍କାନର,ପ୍ରିଣ୍ଟର କ୍ରୟ କରାଯିବା , ଓøଷଧିୟ ଉଦ୍ୟାନ,ଶିଶୁ ଉଦ୍ୟାନ ନିର୍ମାଣ ଓ ସେଲଫି ପଏଣ୍ଟ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସମସ୍ତ ସଦସ୍ୟ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.