Tuesday , August 9 2022
Breaking News
Home / ବିଶେଷ / ବେଆଇନ ଚାନ୍ଦାଜୁଲମ ଯୋଗୁ ୫୩ ନମ୍ବର ଜାତୀୟ ରାଜପଥ ୪ ଥାକିଆ ରାସ୍ତା ନିର୍ମାଣରେ କଚ୍ଛପ ଗତି

ବେଆଇନ ଚାନ୍ଦାଜୁଲମ ଯୋଗୁ ୫୩ ନମ୍ବର ଜାତୀୟ ରାଜପଥ ୪ ଥାକିଆ ରାସ୍ତା ନିର୍ମାଣରେ କଚ୍ଛପ ଗତି

ଭୁବନ,୨୫/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନମ୍ବର ପରିର୍ବତନ ହୋଇ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥକୁ ପରିବର୍ତନ ହେଲା ଏହାପରେ ଏହି ରାସ୍ତା (ଏନଏଚଏଆଇ) ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ, ଭାରତ ସରକାରଙ୍କ ଅଧିନକୁ ଗଲା ପରେ ୪ ଥାକିଆ ରାସ୍ତାକାମ ଓ ବାଇପାସ ନିର୍ମାଣ ଚାଲିଛି ।  ପ୍ରଥମେ ଜମି ଅଧିଗ୍ରହଣ ସମସ୍ୟା ପରେ ଏବେ କେତେକ ସ୍ଥାନରେ ସ୍ଥାନୀୟ ଅସାମାଜିକ ବ୍ୟକ୍ତିମାନଙ୍କ ଚାନ୍ଦା ପାଇଁ ଜୁଲମ ଯୋଗୁ ନିର୍ମାଣକାର୍ଯ୍ୟ ମନ୍ଥର ଗତିରେ ଚାଲୁଛି । ଆମକୁ ଚାନ୍ଦା ଦିଅ , ନଚେତ କାମ କରିପାରିବ ନାହିଁ ବୋଲି ଧମକ  ଦେବାସହ ମେଟେରିଆଲ ଚୋରୀ କରିନେଉଥିବା ସଂପର୍କରେ ଠିକାସଂସ୍ଥା ବାଲାଜି କନଷ୍ଟ୍ରକସନ ତରଫରୁ ଭୁବନ ଥାନାରେ ବାରମ୍ବାର ଅଭିଯ୍ଧେଜ୍ଞ ହେଉଛି । ଥାନା ତରଫରୁ ମଧ୍ୟ ନିର୍ମାଣସ୍ଥଳ ପରିଦର୍ଶନ କରି  ଧମକ ଦେଉଥିବା ବ୍ୟକ୍ତିମାନଙ୍କୁ ତାଗିଦ କରି କେତେକ ସ୍ଥାନରେ ଆପୋଷ ମିଳାମିଶା ଓ ବୁଝାଶୁଝା କରି କାମ କରାଯାଉଛି । ଦୟଣାବିଲି ଗ୍ରାମ ନିକଟସ୍ଥ ପୁରୁଣା ପୋଲକୁ ଭାଙ୍ଗି ନୂଆପୋଲ ତିଆରି ବେଳେ ପୁରୁଣା ଭଙ୍ଗା ତୁଟା ରଡନେବାକୁକେତେକବ୍ୟକ୍ତିଜିଦ କଲେ ଓ ପୋଲିସ ମଧ୍ୟସ୍ଥତାରେ ଏହାର ମଧ୍ୟ ସମାଧାନ କରାଯାଇ ଏବେ କାମ ଆରମ୍ଭ ହୋଇଛି ।  କଳିଙ୍ଗନଗର (ଡୁବୁରି) ରୁଭୁବନ ଦେଇ କାମାକ୍ଷାନଗର ପର୍ଯ୍ୟନ୍ତ ୬୦ କିମି ରାସ୍ତା ନିର୍ମାଣ ସରିଥିବାବେଳେ ଅଳ୍ପ କେତୋଟି ଛୋଟ ବ୍ରିଜକାମ ଚାଲୁଛି । ଆସନ୍ତା ମାର୍ଚ୍ଚମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷହୋଇଯିବ ବୋଲି ଠିକାସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.