Tuesday , August 9 2022
Breaking News
Home / ଶିକ୍ଷା / ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ର ଉଦଯାପନ ଉତ୍ସବ

ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ର ଉଦଯାପନ ଉତ୍ସବ

ଗରଦପୁର, ୨୫/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁରବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ସ୍ୱତନ୍ତ୍ର ଶିବିର ତେଣ୍ଡାକୁଡ଼ା ଠାରେ ଉଦଯାପିତ ହୋଇ ଯାଇଛି । ଡ଼ିସେମ୍ବର ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଏହି ସ୍ୱତନ୍ତ୍ର ଶିବିର ବିଷ୍ଣୁପ୍ରିୟା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ବେଉରା , କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର, ଉଚ ବିଦ୍ୟାଳୟର ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀ ଓ ଶିବିରାର୍ଥି ଉପସ୍ଥିତ ଥିଲେ ।
ଉଦଯାପନ ଦିବସରେ ଆୟୋଜିତ ଉତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରାଯୁକ୍ତ ତ୍ରିଲୋଚନ ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଭାଗର ମୁଖ୍ୟ ତଥା ଜାତୀୟ ସେବା ସଂସ୍ଥା , ଭୁବନେଶ୍ୱରର ପ୍ରଶିକ୍ଷକ ସଂଯୋଜଚକ ଶ୍ରୀଯୁକ୍ତ ହୃଦାନନ୍ଦ ସ୍ୱାଇଁ ଯୋଗଦାନ କରି ଜାତୀୟ ସେବା ସଂସ୍ଥାର ଲକ୍ଷ, ଉଦେଶ୍ୟ ଓ ଉପଯୋଗୀତା ଉପରେ ସବିଶେଷ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଫ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉର୍ଦ୍ଧୁ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ମହମ୍ମଦ ମୋବିନ୍ ଶିବିରାର୍ଥି ମାନଙ୍କୁ ସେବା କାର୍ଯ୍ୟର ମହତ୍ୱ ଓ ଯଥାର୍ଥତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସ୍ୱେଛାସେବୀ ମାନଙ୍କର ପ୍ରତ୍ୟେକ ଦିବସର କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଯଥା: ରାସ୍ତା ଘାଟ ସଫେଇ, ବିଦ୍ୟାଳୟ ପରିସର ପରିଷ୍କାର ଓ ପରିଛନତା , ବୃକ୍ଷ ରୋପଣ, ଓମିକ୍ରନ ସଚେତନତା ,ସାକ୍ଷରତା ଆଧାରିତ ସଚେତନତା ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଉପସ୍ଥିତ ଅତିଥି ୨୫ ଜଣ ଶିବିରାର୍ଥି ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପିଲାମାନଙ୍କର ସ୍ୱେଛାସେବା ଆଧାରିତ କାର୍ଯ୍ୟ ଅଧିକ ଆଗ୍ରହ ପ୍ରକାଶ ସହ ଶିବିରର କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପାରିଶ କରିଥିଲେ । ପରିଶେଷ;ରେ ମଂଚାସିନ ଅତିଥି ଓ ଶିବରାର୍ଥି ମାନଙ୍କୁ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.