Friday , August 19 2022
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ମହିଳା ମାନଙ୍କୁ ସଚେତନତା ଶିବିର 

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ମହିଳା ମାନଙ୍କୁ ସଚେତନତା ଶିବିର 

ଗରଦପୁର, ୨୫/୧୨/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ଇଣ୍ଡେନ ଗ୍ୟାସ ପକ୍ଷରୁ ଓ ଭାରତ ସରକାରଙ୍କ ସହଯୋଗରେ ଗରଦପୁର ବ୍ଲକ୍ ତଳକୁସୁମା ଗ୍ରାମ ପଂଚାୟତ ଅଧିନସ୍ଥ ବଙ୍ଗାରୀ ଗ୍ରାମର ଓସ୍ତମୂଳ ମହାପୁରୁଷ ପ୍ରାଙ୍ଗଣରେ ତଳକୁସୁମା ପଂଚାୟତର ଉଜ୍ୱଳା ଦିଦି ମିନାକ୍ଷୀ ଦାସ ଙ୍କ ପରିଚାଳନାରେ ଏକ ମହିଳା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଶଷଦ ସଭ୍ୟ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ଯୋଗଦେଇ ମା ମାନଙ୍କର ସ୍ପନ୍ଦନ ବୃଦ୍ଧି ପାଇଁ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନାରେ ଗ୍ୟାସ ବଂଟନ କରାଯାଇଛି । ମା ମାନେ ରନ୍ଧନ ଗ୍ୟାସ ବ୍ୟବହାର କରୁଥିବାରୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ପାଇ କାରିଛନ୍ତି । ମହିଳା ମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ସରକାର ମହିଳା ସଶକ୍ତିକରଣ କରିଛନ୍ତି । ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଂଚ ଅଶୋକ ଜେନା, ନାରୀ ନେତ୍ରୀ ମନସ୍ୱିନୀ ଜେନା ପ୍ରମୁଖ ଯୋଗଦେଇ ମହିଳା ମାନେ ଠିକ ଭାବେ ଗ୍ୟାସ ବ୍ୟବହାର କଲେ ନୀରାପଦ ଭାବେ ଜୀବନ ବିତାଇ ପାରିବେ ବୋଲି କହିଥିଲେ । ଇଣ୍ଡେନଦ ଗ୍ୟାସ ଡ଼ିଲରଙ୍କ ପକ୍ଷରୁ ବାସୁଦେବ ସାହୁ ଯୋଗଦେଇ ପ୍ରାମାଣିକ ସହକାରେ ରନ୍ଧନ ଗ୍ୟାସ ବ୍ୟବହାରର ଉପକାରୀତା ଉପରେ ବୁଝାଇଥିଲେ । ପରିଶେଷରେ ରବିନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.