Tuesday , August 9 2022
Breaking News
Home / ବିଶେଷ / ପାଟକୁରା ଥାନା କୁସୁନୁପୁରା ହତ୍ୟା କାଣ୍ଡ : ପତ୍ନୀ ହନ୍ତାକାରୀ ସ୍ୱାମୀ ତପନ ଜେଲ ଗଲା

ପାଟକୁରା ଥାନା କୁସୁନୁପୁରା ହତ୍ୟା କାଣ୍ଡ : ପତ୍ନୀ ହନ୍ତାକାରୀ ସ୍ୱାମୀ ତପନ ଜେଲ ଗଲା

ପାଟକୁରା, ୨୫/୧୨/୨୦୨୧ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପଂଚାୟତସ୍ଥିତ କୁସୁନୁପୁରା ଗ୍ରାମରେ ଗତ ବୁଧବାର ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ସଂଗଠିତ ହୋଇଥିଲା । ଗ୍ରାମର ତପନ ରାଉତ ପଶ୍ଚିମବଙ୍ଗ ବାବୁଘାଟରୁ ସାଥିରେ ଆଣିଥିବା ଅନ୍ୟ ଜଣେ ସହଯୋଗୀ ସହିତ ମିଶି ନିଜ ଘରେ ନିଜ ପତ୍ନୀ କଳ୍ପନା କୁ ବିଭତ୍ସ ଭାବେ ହତ୍ୟା କରିଥିଲା । ସବୁ ପ୍ରମାଣ ଲିଭାଇ ଦେବା ଚେଷ୍ଟା କରି ରାତା ରାତି ଫେରାର ହୋଇ ଯାଇଥିଲା । ଗୁରୁବାର ୨୩ ତାରିଖ ସକାଳୁ କଳ୍ପନା ହତ୍ୟା କାଣ୍ଡ ଖବର ପ୍ରଚାର ହେବା ପରେ ପାଟକୁରା ପୋଲିସ ତତପର ହୋଇ ଉଠିଥିଲା । ଘଟଣାସ୍ଥଳରେ ଛାନଭିନ୍ କରି ସାଇଂଟିଫିକ୍ ଟିମ୍ ଓ କେନ୍ଦ୍ରାପଡ଼ା ଏସପି ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲେ । ଅଭିଯୁକ୍ତ ତପନ ଓ ତାଙ୍କ ସମ୍ପର୍କୀୟମାନେ ବ୍ୟବହାର କରୁଥିବା ଟେଲିଫୋନ୍ କୁ ଟ୍ରାକିଙ୍ଗ କରି ତପନ ନିକଟରେ ପୋଲିସ ପହଂଚିବାକୁ ସକ୍ଷମ ହୋଇଥିଲା । ଗତକାଲି ପାଟକୁରା ପୋଲିସ କଟକ ପୋଲିସ ସହଯୋଗରେ କଟକର ମଙ୍ଗଳାବାଗସ୍ଥିତ ତପନ ଙ୍କ ଭାଇ ପ୍ରସନ୍ନ ଙ୍କ ଭଡ଼ା ଘରୁ ତପନକୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ପରେ ପରେ ତପନକୁ ପାଟକୁରା ଥାନାକୁ ଅଣାଯାଇ କଳ୍ପନା ମୃତ୍ୟୁ ସମ୍ପର୍କରେ ତପନ ପାଖରୁ ଟିକନିଖ ବିବରଣୀ ସଂଗ୍ରହ କରାଯାଇଥିଲା । ତପନ ସତ ଉଗାଳିବା ପରେ ଆଜି ପାଟକୁରା ଥାନା ଆଇଆଇସି ସରୋଜ ସାହୁ ତପନକୁ କୁସୁନୁପୁରାସ୍ଥିତ ଘଟଣାସ୍ଥଳକୁ ଡ଼େମୋ ପାଇଁ ନେଇଥିଲେ । ଘଟଣାସ୍ଥଳରେ ପହଂଚି ତପନ କେଉଁଭଳି ଭାବରେ ନିଜ ପତ୍ନୀ କଳ୍ପନା ଙ୍କୁ ହତ୍ୟା କରିଥିଲା, ତାହାର ଡ଼େମୋ ଦେଖାଇଥିଲା । ପୋଲିସ ଅଭିଯୁକ୍ତ ସ୍ୱାମୀ ତପନକୁ ପାଟକୁରା ମେଡ଼ିକାଲ ରେ କୋଭିଡ଼ ଟେଷ୍ଟ କରାଇ କଳ୍ପନା ହତ୍ୟା ଅଭିଯୋଗରେ କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟକୁ ଚାଲାଣ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୧ ତାରିଖ ରାତିରେ ତପନ ତାର ସହଯୋଗୀ ମାନିଆ କୁ ପଶ୍ଚିମବଙ୍ଗ ବାବୁଘାଟରୁ ସାଙ୍ଗରେ ଆଣି ବସ ରେ ଭୁତମୁଣ୍ଡାଇ ଆସିଥିଲା । ସେଠାରୁ ଜାତୀୟ ରାଜପଥର ବଉଦ ଛକ ପନିକଟସ୍ଥ ଏକ ଗ୍ରାମ ସିରିଙ୍ଗିପୁର ରେ ସମ୍ପର୍କିୟ ବିଜୟ ନାୟକଙ୍କ ଘରେ ରହିଥିଲା । ୨୨ ତାରିଖ ଅପରାହ୍ନ ୪ ଟାରେ ସେଠାରୁ ଏକ ବାଇକ୍ ଆଣି ସାଥି ମାନିଆ ସହିତ ଆସି ପଳସୁଧା ପଂଚାୟତ ଅନ୍ତର୍ଗତ କହଣା ଗ୍ରାମ ର ସ୍ମଶାନ ନିକଟରେ ଥିବା ଏକ କଲଭଟ ନିକଟରେ ବାଇକ୍ ରଖିଥିଲା । ସନ୍ଧ୍ୟା ୬ ଟାରେ ତପନ ଓ ମାନିଆ ବିଲ ଭିତରେ ଚାଲି ଚାଲି ଯାଇ କୁସୁନୁପୁରାସ୍ଥିତ ନିଜ ଘରେ କଳ୍ପନା ରହୁଥିବା ଘରେ ପ୍ରବେଶ କରିଥିଲେ । ଘରେ ପହଂଚି କଳ୍ପନାକୁ ଚା ପିଇବାକୁ କହିଥିଲେ । କଳ୍ପନା ନିକଟସ୍ଥ ଦୋକାନରୁ ଅମୁଲ ଆଣି ଚା କରି ଦେଇଥିଲେ । ଉଭୟ ଚା ପିଇସାରି ବସିଥିଲେ । ଦୀର୍ଘ ବର୍ଷ ଧରି ସ୍ତ୍ରୀ ସହିତ ଅପଡ଼ ଥିବା ତପନ ସ୍ତ୍ରୀକୁ ହତ୍ୟା କରିବା ସଡ଼ଯନ୍ତ୍ର ପାଇଁ ଗତ ୬ ମାସ ହେଲା ସ୍ତ୍ରୀ ସହିତ ଟେଲିଫୋନ ରେ ଯୋଗାଯୋଗରେ ଥିଲା । ୨୮ ତାରିଖରେ ତପନ ଘରକୁ ଆସିବା କଥା ତପନ ଟେଲିଫୋନ୍ ରେ କଳ୍ପନାକୁ କହିଥିଲା । ୨୮ ତାରିଖ ପୂର୍ବରୁ କାହିଁକି ଆସିଲ ବୋଲି କଳ୍ପନା ପଚାରିବାରୁ ବାପାଙ୍କ ଶ୍ରାଦ୍ଧ ପାଇଁ ଆଗୁଆ ଚାଲି ଆସିଛି ବୋଲି ତପନ କଳ୍ପନାକୁ କହିଥିଲା । ରାତିରେ ରହିବା କଥା ମଧ୍ୟ କହିଥିଲା । ସେଥିପାଇଁ କଳ୍ପନା ପଡ଼ୋସୀ ଘରୁ ଏକ ସୂତାର ଧଳା କଳା ଲୁଙ୍ଗି ଆଣି ତପନକୁ ପିନ୍ଧିବା ପାଇଁ ଦେଇଥିଲା । ପରେ ପରେ ତପନ , କଳ୍ପନା ଓ ମାନିଆ ମିଶି ଟିଭି ଦେଖିଥିଲେ । କଳ୍ପନା ର ନଜର ଟିଭିରେ ରହିଥିବାବେଳେ ତପନ ହଠାତ୍ ଉକ୍ତ ଲୁଙ୍ଗି ସାହାଯ୍ୟରେ କଳ୍ପନାର ପାଟି, ମୁହଁ ଓ ନାକ ବନ୍ଦ କରିଦେଇଥିଲା । ମାନିଆ କଳ୍ପନାର ଦୁଇ ହାତ ଓ ଗୋଡ଼ ମାଡ଼ି ବସିଥିଲା । ଶ୍ୱାସରୁଦ୍ଧ ହୋଇ କଳ୍ପନା ମୃତ୍ୟୁ ବରଣ କରିଥିବା ତପନ ପୋଲିସ ଆଗରେ ସ୍ୱିକାର କରିଥିଲା । କଳ୍ପନା ମୃତ୍ୟୁ ବରଣ କରିବା ପରେ ତପନ ଓ ମାନିଆ ମୋଟରସାଇକେଲ ନେଇ ପଳାଇଥିଲେ । ମୋଟରସାଇକେଲ ଫେରାଇ କଟକ ପଳାଇଥିଲେ । ତପନ ତା ଭାଇ ର ଭଡ଼ା ଘରେ ରହିଥିବାବେଳେ ମାନିଆ କେଉଁଆଡ଼େ ପଳାଇ ଯାଇଛି ଜଣାନାହିଁ । ଏସବୁପରେ ପୋଲିସ ଘଟଣାସ୍ଥଳକୁ ତପନକୁ ଡ଼େମୋ ପ୍ରଦର୍ଶନ ପାଇଁ ନେଇଥିଲା । ଡ଼େମୋ ଦେଖାଇବା ସହିତ କଳ୍ପନା ମରି ପଡ଼ିଥିବା ଖଟତଳୁ ରକ୍ତ ଭିଜା ଲୁଙ୍ଗି ବାହାର କରିଥିଲା । ତପନ କଳ୍ପନା ର ଭଙ୍ଗା ଚୁଡ଼ିକୁ କଦଳୀ ବଣରୁ ଆଣି ପୋଲିସ କୁ ଦେଇଥିଲା । ଏସବୁ ପରେ ତାକୁ କୋର୍ଟଚାଲାଣ କରାଯାଇଥିଲା । ଅନ୍ୟତମ ଅଭିଯୁକ୍ତ ପଶ୍ଚିମବଙ୍ଗର ମାନିଆ ଫେରାର ହୋଇଯାଇଥିବାରୁ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.