Saturday , August 13 2022
Breaking News
Home / ବିଶେଷ / ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ଉଦଯାପିତ – ସତ୍ ସଙ୍ଗ ଦ୍ୱାରା ମଣିଷ ମନ ରେ ଶାନ୍ତି ମିଳିଥାଏ

ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ଉଦଯାପିତ – ସତ୍ ସଙ୍ଗ ଦ୍ୱାରା ମଣିଷ ମନ ରେ ଶାନ୍ତି ମିଳିଥାଏ

ପାଟକୁରା , ୨୫/୧୨/୨୦୨୧(ଓଡ଼ିଶା ସମାଚାର)- ସତ୍ ସଙ୍ଗ କରିବା ଦ୍ୱାରା ମଣିଷ ମନରେ ଦିବ୍ୟ ଚେତନା ସୃଷ୍ଟି ହୋଇଥାଏ । ଆଜିର ବ୍ୟସ୍ତ ବହୁଳ ମଣିଷ ଜୀବନ ଭିତରେ ସତ ସଙ୍ଗ କରିବା ଦ୍ୱାରା ମଣିଷକୁ ଶାନ୍ତି ମିଳିଥାଏ ବୋଲି ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ଅବସରରେ ଆଜି ଅପରାହ୍ନରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଲଲାଟ କେଶରୀ ନାୟକ ମତପ୍ରକାଶ କରିଛନ୍ତିି । କଳି ଯୁଗରେ ନାମ ଶ୍ରେଷ୍ଠ ହୋଇଥିବାରୁ ମାନବକୁ ଉଦ୍ଧାର କରିବା ପାଇଁ ନାମାଚାର୍ଯ୍ୟ ବାୟାବାବା ବିଭିନ୍ନ ଆଶ୍ରମରେ ଅଖଣ୍ଡ ନାମ ପ୍ରତିଷ୍ଠା କରିଥିବା ପ୍ରବଚକ ଶ୍ରୀ ନାୟକ ପ୍ରକାଶ କରିଥିଲେ । ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ନାମାଚାର୍ଯ୍ୟ ବାୟାବାବାଙ୍କ ୧୨୪ତମ ଜନ୍ମୋତ୍ସବ ପଳିତ ହୋଇଛି । ଏହି ଅବସରରେ ଆଜି ପ୍ରତ୍ୟୁଷରୁ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ମହିଳାମାନେ କଳସ ଶୋଭାଯାତ୍ରା କରି ନିକଟସ୍ଥ ନଦୀରୁ ୧୦୮କୁମ୍ଭ ଜଳରେ ନାମାଚାର୍ଯ୍ୟଙ୍କୁ ଅଭିଷେକ କରାଇବା ,ମଧ୍ୟାହ୍ନରେ ନଗର ସଂକିର୍ତନ ଗ୍ରାମ ପରିକ୍ରମା କରିବା , ଅପରାହ୍ନରେ ପ୍ରବଚନ,ସନ୍ଧ୍ୟାରେ ହରିହାଟ ଓ ରାତ୍ରୀରେ ସତ୍ୟନାରାୟଣଙ୍କ ପାଲା ଅନୁଷ୍ଟିତ କରାଯାଇଥିଲା । ଜନ୍ମୋତ୍ସବ ଉପଲକ୍ଷେ ଆଶ୍ରମରେ ଗୁରୁବାର ଠାରୁ ଶୁଭାଧିବାସ,ଶୁକ୍ରବାର ଅହୋରାତ୍ର ନାମଯଜ୍ଞ ଓ ଆଶ୍ରମର ସ୍ୱର୍ଗତ ମହନ୍ତ ପରମାନନ୍ଦ ଦାସଙ୍କର ଆବକ୍ଷ ପ୍ରତିମୂର୍ତିକୁ ପ୍ରତିଷ୍ଠା କରାଯିବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ନାମାଚାର୍ଯ୍ୟଙ୍କ ଜନ୍ମୋତ୍ସବ ପାଳନ ଅବସରରେ ମାର୍ଶାଘାଇ,ମହାକାଳପଡା, କେନ୍ଦ୍ରାପଡା, କୁଜଙ୍ଗ ଓ ରାହାମା ଆଦି ସ୍ଥାନମାନଙ୍କରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଶ୍ରମର ମହନ୍ତ ଲକ୍ଷ୍ମୀଧର ଦାସ ବାବାଜୀ, ବାବାଜୀ ବୈକୁଣ୍ଠ ଦାସ, ବାବାଜୀ କଳ୍ପତରୁ ଦାସ, ଶଚିନନ୍ଦନ ଦାସ, ବାବାଜୀ ସରୋଜ ଦାସ,ବାବାଜୀ ଶ୍ରୀରାମ ଦାସ,ବାବାଜୀ ରାଧାକାନ୍ତ ଦାସ,ମାତା ମା’ ବସ. ଧିର ମା’,ରାଜକିଶୋର ରାଉତରାୟ,ନାରାୟଣ ପ୍ରସାଦ ଲେଙ୍କା,ପ୍ରଶାନ୍ତ କୁମାର ନାୟକ,ବିକ୍ରମ କୁମାର ସାହୁ,ପଣ୍ଡିତ ଅଭୟ କୁମାର ଶତପଥି,ଅଞ୍ଜନ କୁମାର ଷଢଙ୍ଗି,ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ,ନୃସିଂହ ପ୍ରସାଦ ରଥ,ପପୁ ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …