Tuesday , August 9 2022
Breaking News
Home / ବିଶେଷ / ନଦୀ ମହୋତ୍ସବ ଉଦଯାପିତ

ନଦୀ ମହୋତ୍ସବ ଉଦଯାପିତ

ପାରାଦୀପ,୨୫/୧୨/୨୦୨୧(ଓଡ଼ିଶା ସମାଚାର)- ଡିସେମ୍ବର ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ନଦୀ ମହୋତ୍ସବ ଶନିବାର ଦିନ ପାରାଦୀପସ୍ଥିତ ବିଜୁ ମଇଦାନ ଠାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ମହାନଦୀ ସମଗ୍ର ଓଡିଶାବାସୀଙ୍କ ଜୀବନଧାରା ଏହାର ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ ଜିଲ୍ଲାପାଳ ପାରୁଲ ପଟଓାରୀ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ଦାସ ପୁରସ୍କୃତ କରିଥିଲେ । ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର, ଏ.ଡି.ଏମ୍.(ରେଭିନ୍ୟୁ) ଚିନ୍ମୟୀ ବିଶ୍ୱାଳ,ପ୍ରକଳ୍ପ ନିର୍ଦ୍ଧେଶକ ସରୋଜକାନ୍ତ ମହାନ୍ତି, ପାରାଦୀପର ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜିଲ୍ଲା ସଂସ୍କୃତି ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକ,ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ସୁଜାତା ପଟ୍ଟନାୟକଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପୌର ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.