Tuesday , August 9 2022
Breaking News
Home / ବିଶେଷ / ଭୟାନକ ଅଗ୍ନିକାଣ୍ଡ ରେ ଜଳିଗଲା ଦେଢ଼ କୋଟି ଟଙ୍କା ର ଝୋଟ

ଭୟାନକ ଅଗ୍ନିକାଣ୍ଡ ରେ ଜଳିଗଲା ଦେଢ଼ କୋଟି ଟଙ୍କା ର ଝୋଟ

ମାହାଙ୍ଗା ୨୪/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ଥାନା କୁହୁଣ୍ଡା ଗ୍ରାମ ରେ ଥିବା ଏକ ଝୋଟ ଗୋଦାମରେ ଆଜି ମଧ୍ୟାହ୍ନ ରେ ଅଚାନକ ଅଗ୍ନିକାଣ୍ଡ ଘଟିବିପୁଳ କ୍ଷତି ହୋଇଛି । ପ୍ରକାଶ ଯେ, ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗାଁ ର ଝୋଟ ବ୍ୟବସାୟୀ ଭୀମସାହୁ ଓ ଅର୍ଜ୍ଜୁନ ସାହୁଙ୍କ ଏହି ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏଠାରେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ଝୋଟ ମହଜୁଦ ଥିଲା । ଏହି ଗୋଦାମ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଫାୟାର ଷ୍ଟେସନକୁ ଖବର ଦେଇ ଥିଲେ । ସ୍ଥାନୀୟ ଲୋକ ମାନଙ୍କ ସହ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ ପାଇଁ ଉଦ୍ୟମ କରାଯାଇଥିଲା । ତେବେ ୨ ହଜାର କ୍ୱିଣ୍ଟାଲରୁ ଅଧିକ ପରିମାଣର ଝୋଟ ଅର୍ଥାତ ଦେଢ଼ କୋଟିରୁ ଅଧିକ ଟଂକାର ଝୋଟ ସମ୍ପୂର୍ଣ୍ଣ ଜଳି ଯାଇଛି ବୋଲି ଆକଳନ କରାଯାଉଛି । ସ୍ଥାନୀୟ ଆଖ ପାଖ ଅଂଚଳର ଲୋକମାନଙ୍କ ସହଯୋଗ ପରେ ଦରପୋଡା ଅବସ୍ଥାରେ ଅଳ୍ପ କିଛି ଝୋଟ ଗୋଦାମ ଘର ଭିତରୁ ବାହାର କରାଯାଇଥିବା ଜଣା ପଡିଛି । ଏହି ଅଭାବନୀୟ ଘଟଣାକୁ ନେଇ ଗୋଦାମ ମାଲିକ ଅର୍ଜୁନି ସାହୁ ଓ ଭୀମ ସାହୁଙ୍କ ମୁଣ୍ଡରେ ଚଡକ ପଡିଛି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.