ଭୁବନେଶ୍ୱର , ୨୪/୧୨/୨୦୨୧ (ଓଡ଼ିଶା ସମାଚାର)- ବ୍ରହ୍ମବିଦ୍ୟା ଟ୍ରଷ୍ଟ, ଭିଏସଏସନଗର ତରଫରୁ ବରିଷ୍ଟ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୪୭ ଜଣ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ଅନୁଷ୍ଠାନ ନିମନ୍ତ୍ରଣ କରିଥିବା ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବହୁମୂଲ୍ୟବାନ ଉପଦେଶ ମଧ୍ୟ ଦିଆଯାଇଥିଲା । ଘରେ ରହି ନିଜ ନିଜ ସ୍ୱାସ୍ଥ୍ୟର କିପରି ଯତ୍ନ ନେଇପାରିବେ ସେ ବିଷୟରେ ଡାକ୍ତରମାନେ ସରଳ ଉପାୟର ଅଭ୍ୟାସଗୁଡ଼ିକ ବତାଇଥିଲେ । ଏତଦବ୍ୟତିତ ନିଜେ ନିଜର ଘରେ ରହି ପୁଅ, ବୋହୂ ଓ ନାତୀନାତୁଣୀମାନଙ୍କ ସହିତ କିପରି ଭାବେ ଚିତବିନୋଦନ କରିପାରିବେ ସେ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ବରିଷ୍ଠ ନାଗରିକମାନେ ଉକ୍ତ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧି କରିବା ସହିତ ଆତ୍ମସନ୍ତୋଷ ଲାଭ କରିଥିଲେ । ସେମାନେ କାର୍ଯ୍ୟକ୍ରମର ଆୟୋଜକ, ଚିକିତ୍ସକ ଓ ପ୍ରଶିକ୍ଷକମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆଶିର୍ବାଦ ଅର୍ପଣ କରଥିଲେ । ଓଡ଼ିଶା ସମାଚାର
