Thursday , October 6 2022
Breaking News
Home / ବିଶେଷ / ଫୁଲବାଣୀ ପୌରପାଳିକାର ପଥପ୍ରାନ୍ତ ବିକ୍ରେତାଙ୍କୁ ମିଳିଲା କୋଭିଡ ସହାୟତା ରାଶି

ଫୁଲବାଣୀ ପୌରପାଳିକାର ପଥପ୍ରାନ୍ତ ବିକ୍ରେତାଙ୍କୁ ମିଳିଲା କୋଭିଡ ସହାୟତା ରାଶି

କନ୍ଧମାଳ,୨୪/୧୨/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପାଳିକାର ୪୦୮ଜଣ ପଥପ୍ରାନ୍ତ ବିକ୍ରେତାଙ୍କୁ ମିଳିଛି କୋଭିଡ ସହାୟତା ରାଶି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବା ପରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଏହି ସହାୟତା ରାଶି ବଣ୍ଟନ କରିଛନ୍ତି । ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଛି । ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ସୂଚନା ପ୍ରକାରେ ସହରର ୪୪୨ଜଣ ପଥପ୍ରାନ୍ତ ବିକ୍ରେତାଙ୍କୁ ଏହି ଯୋଜନାରେ ପଞ୍ଜିକୃତ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇଯାଇଥିବାବେଳେ ୪ଜଣ ଅନ୍ୟ ସ୍ଥାନକୁ ଚାଲିଯାଇଛନ୍ତି । ୨୪ ଜଣଙ୍କୁ ପୁନଃ ଯାଂଚ ପରେ ସହାୟତା ଦିଆଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.