କଟକ ସଦର , ୨୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ୍ ଅନ୍ତର୍ଗତ ନିମେଇଶାପୁର,ଧରିଣା ଓ କିଶନନଗର ପଞ୍ଚାୟତରେ ତିନୋଟି ମିଶନ ଶକ୍ତି ନୂତନ ଗୃହ ସାଙ୍ଗକୁ ଗତିରାଉତପାଟଣା ପଞ୍ଚାୟତରେ ଏକ କଲ୍ୟାଣ ମଣ୍ଡପକୁ ଆଜି ଶୁକ୍ରବାର ଦିନ ରାଜ୍ୟ ମିଶନ ଶକ୍ତି ଯୁଗ୍ମ ସଚିବ ବିନୋଦ ଜେନା,କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ,ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା,କଟକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ଵର କୁମାର କର ପ୍ରମୁଖ ଉଦ୍ଘାଟନ କରିଛନ୍ତି।ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ଵିଡିଓ ରାଜୀଵ ଲୋଚନ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଵିକାଶ ଭୂୟାଁ,ସଦର ବ୍ଲକ୍ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡା,ଆତ୍ମା ସଭାପତି ରଜନୀକାନ୍ତ ସାହୁ,ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସମର ବେହେରା,
ମିଶନ ଶକ୍ତି ସଂଯୋଜକ ଶରତ ରାୟ,ଯୁଵ ଵିଜେଡି ସଭାପତି ହିମାଂଶୁ ଦାସ,ପ୍ରମୁଖ ଯୋଗ ଦେଇଥିଲେ।ସେହିପରି ୫ନମ୍ଵର ଜିଲାପରିଷଦ ଯୋନ ରେ ସଭ୍ୟା ଝିନୁ ବେହେରା, ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱ।ଇଁ, ସମିତି ସଭ୍ୟା ଦିପ୍ତିମୟୀ ରାଉତ, ନିମେଇଶାପୁର ପଞ୍ଚାୟତରେ ସରପଞ୍ଚ ତ୍ରିଲୋଚନ ସ୍ୱ।ଇଁ, ସମିତି ସଭ୍ୟ ତପନ କୁମାର ଓଝା,୭ ନମ୍ଵର ଜିଲ୍ଲା ପରିଷଦ ଯୋନରେ ସଭ୍ୟ ଵିଳାସ ମଲ୍ଲିକ,କିଶନନଗର ପଞ୍ଚାୟତରେ ସରପଞ୍ଚ ରଞ୍ଜିତା ମହାନ୍ତି, ସମିତି ସଭ୍ୟା ଇଲାଵତୀ ବିଷୋୟୀ,ଧରିଣା ପଞ୍ଚାୟତରେ ପୂର୍ବତନ ସରପଂଚ ରତ୍ନାକର ରାଉତ,ପୂର୍ଵତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ ପ୍ରମୁଖଙ୍କ ସହିତ ଵହୁ ଦଳୀୟ କର୍ମୀ ଓ ମିଶନ ଶକ୍ତି ର ସଭ୍ୟାମାନେ ଵହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର