Tuesday , August 16 2022
Breaking News
Home / ବିଶେଷ / ଏନ୍.ସି.ସି.କ୍ୟାଡେଟ୍ ମାନଙ୍କ ଦ୍ୱାରା ସ୍ୱଛ ଭାରତ ଅଭିଯାନ

ଏନ୍.ସି.ସି.କ୍ୟାଡେଟ୍ ମାନଙ୍କ ଦ୍ୱାରା ସ୍ୱଛ ଭାରତ ଅଭିଯାନ

ପାରାଦୀପ,୨୪/୧୨/୨୦୨୧(ଓଡ଼ିଶା ସମାଚାର)-ସାରା ଭାରତ ବର୍ଷରେ ସମୁ୍ଦ୍ର ଓ ନଦୀକୂଳର ସଫେଇ କାର୍ଯ୍ୟ କରିବା ସହିତ ଉପକୂଳ ସୁରକ୍ଷାର ସଚେତନତାର ବାର୍ତା ଜନସାଧାରଣଙ୍କୁ ଜଣେଇବା ପୁନୀତ ସାଗର ସ୍ୱଛତା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଏହି ସଚେତନତା ମାଧ୍ୟମରେ ସରକାର ଜନସାଧାରଣଙ୍କୁ ସ୍ୱଛତାର ବାର୍ତା ଦେଉଛନ୍ତି । ନଦୀ ହେଉ କି ସମୁଦ୍ର ଏହାର ଉପକୂଳକୁ ପରିଷ୍କାର କରିବା ପ୍ରତ୍ୟେକ ଦେଶବାସୀଙ୍କ ନୈତିକ ଦାୟିତ୍ୱ ଅଟେ । ଏହାକୁ ଲକ୍ଷ୍ୟ ରଖି ଭାରତ ସରକାର ଏହି ଭଳି ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ନିବେଦନ କରିଥିଲେ । ପାରାଦୀପ ବନ୍ଦର ସହଯୋଗରେ ପାରାଦୀପ ମହାବିଦ୍ୟାଳୟ ଏନ୍.ସି.ସି. କ୍ୟାଡେଟ୍ ମାନଙ୍କ ଦ୍ୱାରା ସ୍ୱଛ ଭାରତ ଅଭିଯାନ କପିଳ ଯୋରୀ କ୍ରିକ୍ ଓ ପାରାଦୀପ ସାଗର ବେଳାଭୂମି ଅଂଚଳରେ ଶୁକ୍ରବାର ଦିନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ୍, ସଚୀବ ଡ. ପି.ଏନ୍. ବାହେକର ଅତିଥି ଭାବେ ଯୋଗ ଦେଇଥିଲେ । ପାରାଦୀପ ମହାବିଦ୍ୟାଳୟର ଏନ୍.ସି.ସି. ଅଫିସର ଲେପ୍ଟନାନ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଏହି ପୁନୀତ ସାଗର ସ୍ୱଛତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ଅବସରରେ ଏନ୍.ସି.ସି. ଅଫିସର ଲେପ୍ଟନାନ୍ଟ କମାଣ୍ଡର ଶ୍ରୀ ମିଶ୍ର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ଶତପଥି ପୁନୀତ ସାଗର ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.