Tuesday , August 16 2022
Breaking News
Home / ବିଶେଷ / ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବେସାହାରାଙ୍କୁ କମ୍ବଳ ବଂଟନ

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବେସାହାରାଙ୍କୁ କମ୍ବଳ ବଂଟନ

ପାରାଦୀପ,୨୩/୧୨/୨୦୨୧(ଓଡ଼ିଶା ସମାଚାର)- ଜାଡ ଶୀତରେ ବନ୍ଦର ସହର ପାରାଦୀପ ଥରୁଥିବା ଏବଂ ଥଣ୍ଡାର ପ୍ରକୋପ ବୃଦ୍ଧି ଯୋଗୁଁ ସନ୍ଧ୍ୟାରେ ସହର ଜନଶୂନ୍ୟ ହୋଇ ପଡୁଥିବା ବେଳେ ଫୁଟପାଥରେ ରହୁଥିବା ଗରିବ, ବେସାହାରା, ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ମାନଙ୍କ ଉପରେ କାହାର ଦୃଷ୍ଟି ପଡି ନଥାଏ । ମାତ୍ର ସତ୍ୟସାଇ ସେବା ସଂଗଠନ ଯାହାକି ସେବା ପାଇଁ ସମଗ୍ର ବିଶ୍ୱରେ ପରିଚିତ, ଦିନ ଦୁଃଖୀଙ୍କ ପାଇଁ ସର୍ବଦା କାର୍ଯ୍ୟରତ ଥିବାବେଳେ ପାରାଦୀପ ଶାଖାର ସେବା ଦଳ ଭକ୍ତମାନେ ଶୀତ ପ୍ରକୋପରୁ ରକ୍ଷା ପାଇଁ ଫୁଟପାଥ ଓ ଅନ୍ୟାନ୍ୟ ସ୍ଥାନରେ ଶୀତରେ ଥରୁଥିବା ଦରିଦ୍ର ବେସାହାରା ଲୋକ ମାନଙ୍କୁ କମ୍ବଳ ଘୋଡାଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଅନ୍ୟ ସଂଗଠନ ପାଇଁ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.