Saturday , August 13 2022
Breaking News
Home / ସ୍ୱାସ୍ଥ୍ୟ / ପୁରୁଣା ହାଟ ଓ ସୁଦୁଖଣ୍ଡ ପଞ୍ଚାୟତ ରେ ବିଧାୟକ ଙ୍କ ଦ୍ୱାରା ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ

ପୁରୁଣା ହାଟ ଓ ସୁଦୁଖଣ୍ଡ ପଞ୍ଚାୟତ ରେ ବିଧାୟକ ଙ୍କ ଦ୍ୱାରା ବିଜୁ ସ୍ମାର୍ଟ କାର୍ଡ ବଣ୍ଟନ

ସାଲେପୁର, ୨୩/୧୨/୨୦୨(ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ନିର୍ବାଚନ ମଣ୍ଡଳୀ ରପୁରୁଣା ହାଟ ପଞ୍ଚାୟତ ରେ ବିଧାୟକ ପ୍ରଶାନ୍ତ ବେହେରା ଙ୍କ ଦ୍ୱାରା ପଞ୍ଚାୟତର ମହିଳା ଓପୁରୁଷ ହିତାଧିକାରୀ ମାନଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି. । ଏହି ଅବସରରେ ବିଧାୟକ ଶ୍ରୀବେହେରା,ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଏହି ଯୁଗାନ୍ତକାରୀ ଯୋଜନା ସମ୍ପର୍କ ରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରିଥିଲେ । ଗ୍ରାମାଞ୍ଚଳ ଲୋକଙ୍କୁ ଏହି କାର୍ଡ ମାଧ୍ୟମରେ ମାଗଣା ରେ ଚିକିତ୍ସା ସୁବିଧା ମିଳିପାରବବୋଲି ସୂଚନା ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ସାଲେପୁର ବି ଡି ଓ ରାଜୀବ ଦାସ, ଉପାଧ୍ୟକ୍ଷ ରମେଶ ଜେନା,ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ଭୂୟାଁ, ଜଗନ୍ନାଥ ବସ୍ତିଆ, ଅନନ୍ତ କର, ସରପଞ୍ଚ ଯଶୋଦା ମଲ୍ଲିକ, ସମିତି ସଭ୍ୟ ବିନୋଦ ଭୋଇ, ବାଉରୀ ବନ୍ଧୁ ମହାନ୍ତି, ଯୁବ ନେତା ଚିତ୍ତ ରଞ୍ଜନ ପୁହାଣ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀବେହେରା ନୂତନ କଲ୍ୟାଣ ମଣ୍ଡପ ଉଦଘାଟନ କରିଥିଲେ ଓ ହେଲଥ କାର୍ଡ ବଣ୍ଟନ କରିଥିଲେ । ସେହିପରି ସୁଦୁଖଣ୍ଡ ପଞ୍ଚାୟତ ରେ ମଧ୍ୟ ବିଧାୟକ ପ୍ରଶାନ୍ତ ବେହେରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରି ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟ ରେ ଚୌ. ପ୍ରମୋଦ କୁମାର ରାଉତରାୟ, ଗୀତାଞ୍ଜଳି ରାଉତରାୟ, ଦମୟନ୍ତୀ ମହାରଣା, ପ୍ରଭାତ ନଳିନୀ ବିଶ୍ୱାଳ, ମମତା ବରାଳ, ପ୍ରତିମା ପୃଷ୍ଟି, ସାବିତ୍ରୀ ଦାସ, ରଞ୍ଜନ ବରାଳ ପ୍ରମୁଖ କାର୍ୟ୍ୟକ୍ରମ ରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.