ପାରାଦୀପ,୨୩/୧୨/୨୦୨୧(ଓଡ଼ିଶା ସମାଚାର)- ଓଡିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ କ୍ରିକେଟ୍ ଜିଲ୍ଲା ସହଯୋଗରେ ଡିସେମ୍ବର ୨୨, ୨୦୨୧ ଠାରୁ ଜାନୁଆରୀ ୩, ୨୦୨୧ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ସିନିଅର ତଥା ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ ପାରାଦୀପର ଗୋପବନ୍ଧୁ ଷ୍ଟାଡିଅମ ଠାରେ ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ଯୋଗ ଦେଇ ୧୩ ଦିନ ବ୍ୟାପି କ୍ରିକେଟ ଟୁର୍ଣ୍ଣାମେକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶଦାତା ତଥା ପାରାଦୀପ ସ୍ପୋର୍ଟ୍ସ କାଉନସିଲ୍ ସଭାପତି ଡି.ଏନ୍. ସୋନ୍ଧି, ବନ୍ଦର ସଚିବ ପି.ଏନ୍. ବାହେକର, ବନ୍ଦର ସ୍ପୋର୍ଟ୍ସ କାଉନସିଲ୍ର କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠୀ, ବନ୍ଦର ସ୍ପୋର୍ଟ୍ସ ପରାମର୍ଶଦାତା ତଥା ଓସିଏ ସଭ୍ୟ ରବି ଦାସ, ଗୋପବନ୍ଧୁ କ୍ରିଡା ସଂସଦର ସମ୍ପାଦକ ରଂଜନ ରଶ୍ମି ବେଉରା, ଜାତୀୟ ଭଲିବଲ ପ୍ରଶିକ୍ଷକ ସଂଜୟ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ କ୍ରିକେଟ ପ୍ରେମୀ ଓ ଖେଳାଳୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଲ୍ଲେଖ ଥାଉକି, ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ୧୦ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ପାରାଦୀପ କ୍ରିକେଟ୍ ଜିଲ୍ଲା ୟୁନିଟ୍ ରୁ ଶ୍ରେଷ୍ଠ ଖେଳାଳୀଙ୍କୁ ମନୋନୀତ କରାଯାଇ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବାକୁ ସର୍ବୋତମ ଖେଳାଳି ବାଛିବା ପାଇଁ ଏହି ଟୁର୍ଣ୍ଣାମେଂଟ ର ଲକ୍ଷ୍ୟ । ତେବେ ୧୩ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଂଟ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ଆୟୋଜକଙ୍କ ଠାରୁ ପ୍ରକାଶ । ଓଡ଼ିଶା ସମାଚାର
