Tuesday , August 9 2022
Breaking News
Home / ଶିକ୍ଷା / ନିରାକାରପୁର କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ

ନିରାକାରପୁର କଲେଜରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ

ନିରାକାରପୁର, ୨୩/୧୨/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡ଼ିଏ.ଭି ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଶରତ ଚନ୍ଦ୍ର ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥିଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ  ପ୍ରଫେସର ଡ଼. ନାରାୟଣ ସାହୁ ଓ ମୁଖ୍ୟବକ୍ତାଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଜ୍ଞାନୀ ଦେବାଷିଶ ମିଶ୍ର ଯୋଗଦେଇ ସାହିତ୍ୟ ଜୀବନର ମୂଳମନ୍ତ୍ର । ସାହିତ୍ୟ ବିନା ସମାଜରେ ପରିବର୍ତନ ଅସମ୍ଭବ । ସବୁର ସଷ୍ଟ୍ରା ସାହତ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ସର୍ବେଶ୍ୱର ବେହେରା । ଏହି ଅବସରରେ ଅତିଥିମାନଙ୍କୁ ବିଭାଗ ତରଫରୁ ଉତରୀୟ  ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଭାସ୍କର ଦାସ, ମାଧବ ମାଝି ଓ ପୂଣ୍ଣ୍ୟଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.