Saturday , August 13 2022
Breaking News
Home / ବିଶେଷ / ଜଙ୍କିଆ : ଜବରଦଖଲରେ ଥିବା ପଂଚାୟତ ଗୃହଗୁଡ଼ିକ ପ୍ରଶାସନ ଉଛେଦ କଲା

ଜଙ୍କିଆ : ଜବରଦଖଲରେ ଥିବା ପଂଚାୟତ ଗୃହଗୁଡ଼ିକ ପ୍ରଶାସନ ଉଛେଦ କଲା

ନିରାକାରପୁର, ୨୩/୧୨/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଗ୍ରାମପଂଚାୟତ ଅଧୀନରେ ହୋଇଥିବା ୨୧ଟି ଦୋକାନ ଗୃହକୁ ଦୀର୍ଘ ବର୍ଷ ଧରି ଅନେକ ଲୋକ ଜବଦଖଲ କରି ରଖି ଛାଡ଼ୁ ନଥିଲେ ବୋଲି ମାନ୍ୟବର ହାଇକୋର୍ଟରେ ଏ ନେଇ ମାମଲା ରୁଜୁ ହୋଇଥିଲା । କୋର୍ଟ ନିର୍ଦ୍ଧେଶରେ ଉକ୍ତ ଗୃହଗୁଡ଼ିକ ଛାଡ଼ିବା ପାଇଁ କିଛି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ହୋଇଥିଲା । ଖୋର୍ଦ୍ଧା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ସହିତ ଆସି ସମୁଦାୟ ୨୧ ଟି ଦୋକାନରୁ ୧୨ଟି ଦୋକାନକୁ ହଟାଇ ନିଜ ଅକ୍ତିଆରକୁ ନେଇଥିଲେ । ଆଉ ବାକି ୯ଟି ଦୋକାନ ୨ ଦିନ ମଧ୍ୟରେ ଛାଡ଼ି ଦେବାକୁ କହିବାରୁ ସେମାନଙ୍କୁ ୨ ଦିନର ସମୟ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.