ଭୁବନେଶ୍ୱର , ୨୩/୧୨/୨୦୨୧ (ଓଡ଼ିଶା ସମାଚାର)- ଖବର କାଗଜ ହକରମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬,୦୦୦ ଲେଖାଏଁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ ସହ ସେମାନଙ୍କୁ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ରାଜ୍ୟର ପଞ୍ଜିକୃତ ୭,୩୦୦ ହକରଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪.୩୮ କୋଟିର ସହାୟତା ପ୍ରଦାନ କରାଯାଇଛି। ଏଥିସହ ହକରଙ୍କ ସ୍ୱାଭାବିକ ତଥା ଦୁର୍ଘଟଣା ଜନିତ ମୃତ୍ୟୁ ଓ ଅକ୍ଷମତା କ୍ଷେତ୍ରରେ ରାଜ୍ୟ ସରକାର ଆର୍ଥିକ ସହାୟତାର ବ୍ୟବସ୍ଥା କରିଛନ୍ତି। ଖରା, ବର୍ଷା, ଶୀତ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ପାଠକମାନଙ୍କୁ ଖବର କାଗଜ ଯୋଗାଇବା ପାଇଁ ହକରମାନେ କରିଥିବା ନିଷ୍ଠାପର କାର୍ୟ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ସମାଚାର
