Saturday , November 26 2022
Breaking News
Home / କ୍ରୀଡ଼ା / କୋଶଳ କ୍ରୀଡା ୨୦୨୧ ଉଦଯାପନ ଅବସରରେ ପଦ୍ୟ ସଂକଳନ “କବିତା ମଞ୍ଜରୀ” ଉନ୍ମୋଚିତ

କୋଶଳ କ୍ରୀଡା ୨୦୨୧ ଉଦଯାପନ ଅବସରରେ ପଦ୍ୟ ସଂକଳନ “କବିତା ମଞ୍ଜରୀ” ଉନ୍ମୋଚିତ

ପାରାଦୀପ,୨୩/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଅରଣା ପଂଚାୟତ ଅନ୍ତର୍ଗତ କୋଶଳ ଗ୍ରାମରେ ବିଶ୍ୱନାଥ ଏବଂ ଶଶୀରେଖା ଚୌଧୁରୀ ଫ୍ୟାମିଲି ଟ୍ରଷ୍ଟ ଆନୁକୁଲ୍ୟରେ ଏକ ପଂଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ପ୍ରାୟ ଦୁଇଶହ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଡିସେମ୍ବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଏହି କ୍ରୀଡା ଉତ୍ସବ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଗତ ଦୁଇବର୍ଷର କରୋନା କଟକଣା ମଧ୍ୟରେ ମାନସିକ ଚାପଗ୍ରସ୍ତ ବାଳକବାଳିକା ମାନଙ୍କ ମନରେ ନୂତନ ଉଦ୍ଧୀପନା ସୃଷ୍ଟି କରିବା ନିମନ୍ତେ ଉକ୍ତ ଟ୍ରଷ୍ଟ ତରଫରୁ ଏହି ଅଭିନବ ପ୍ରୟାସକୁ ସମସ୍ତେ ଉଲ୍ଲାସର ସହ ଉପଭୋଗ କରିଥିଲେ । ଏହି ଅବସରରେ ଟ୍ରଷ୍ଟି କମଳା କାନ୍ତ ଚୌଧୁରୀଙ୍କ ଲିଖିତ ପଦ୍ୟ ସଂକଳନ “କବିତା ମଞ୍ଜରୀ” ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଟ୍ରଷ୍ଟି ମାନଙ୍କ ସମେତ ସର୍ବଶ୍ରୀ ଅନାଦି ସିଂ, ପ୍ରଭାତ ମହାନ୍ତି, କଥାକାର ପବିତ୍ରମୋହନ କର, ଅଜୟ ଖୁଂଟିିଆ, ସନ୍ତୋଷ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.