ମାହାଙ୍ଗା ,୨୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ନବୀନ ବାବୁଙ୍କ ସରକାର ରାଜ୍ୟର ବିକାଶ ପାଇଁ ନିରନ୍ତର କାର୍ୟ୍ୟକରି ଆସୁଥିବା ବେଳେ ଗରୀବ ପରିବାରକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କରି ଏକ ସୁସ୍ଥ- ସମୃଦ୍ଧ ଓଡିଶା ଗଠନ ପାଇଁ ନୂଆ ବାର୍ତ୍ତା ଦେଇପାରିଥୁବାରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ସାଢେ ଚାରିକୋଟି ରାଜ୍ୟବାସୀଙ୍କ ହୃଦୟ ଜିଣିପାରିଛନ୍ତି ବୋଲି ସାଂସଦ ମୁନା ଖାଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ସଭାରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ବ୍ଲକ ମହିଳା ଓ ଶିଶୁ କଲ୍ୟାଣ ଅଧିକାରିଣୀ ପ୍ରମୋଦିନି ଦାଶଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବକୁ ସ୍ଥାନୀୟ ବିଧାୟକ ତଥା ଆଇନି ପଞ୍ଚାୟତିରାଜ ନଗର ଉନ୍ନୟନ ପାନୀୟଜଳ ଯୋଗାଣ ଓ ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନକରି କହିଲେ ଏକ ବିକଶିତ ମାହାଙ୍ଗା ପରିକଳ୍ପନାର ସ୍ୱପ୍ନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରି ପାରିଛନ୍ତି । ଉଷୁମା,ରାହାଣିଆ, ମାହାଙ୍ଗା, ଶ୍ରୀକୃଷ୍ଣପୁର ଏବଂ ଚାହାପଡା ଗ୍ରାମପଂଚାୟତରୁ ୪ ହଜାରରୁ ଉର୍ଦ୍ଧ୍ଵ ଗରୀବ ପରିବାରକୁ ବିଜୁ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଉଭୟ ମନ୍ତ୍ରୀ ଓ ସାଂସଦ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ । ସେହିପରି ରେସନକାର୍ଡ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ୫ଟି ପଞ୍ଚାୟତରେ ଥିବା ୧୫ ଶହରୁ ଉର୍ଦ୍ଧ୍ଵ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ କାର୍ୟ୍ୟଦକ୍ଷତାର ସମୀକ୍ଷା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ,ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ସହକାରୀ ଯନ୍ତ୍ରୀ ସଂଗ୍ରାମ ପରିଡା, ଜିଲାପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା,ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ମହିଳା ଫେଡେରେସନ ବ୍ଲକ ସଭାପତି ସସ୍ମିତା ଦାସ,ବ୍ଲକ ସଂପାଦକ ସୁସ୍ମିତା ମହାନ୍ତି, ସରପଞ୍ଚ ରୀନା ସେଠୀ, ସମିତିସଭ୍ୟା ଦମୟନ୍ତୀ ସେଠୀ, କାର୍ତ୍ତିକ ଯେନା,ସଦାଶିବ ଦାଶ, ଚାରୁଲତା ନିହାଣ, ବିନୟ ବଳ, ସୁରେଶ ଯେନା,ନିରଞ୍ଜନ ବିଶ୍ୱାଳ,କେଶବ ବେହେରା,ଭବାନୀ ସାମଲ, ନିହାର ସ୍ୱାଇଁ, ଧନଞ୍ଜୟ ସାହୁ, ପ୍ରମୁଖ ଯୋଗଦେଇଥିଲେ । ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ସାମିଲ ହୋଇଥିବା ମହିଳା, ଚାଷୀ,ଶ୍ରମିକ, ଏବଂ ବୁଦ୍ଧିଜୀବୀ ମାନଙ୍କୁ ଆୟୋଜକ ମାନେ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର