Tuesday , August 16 2022
Breaking News
Home / ବିଶେଷ / ଅବକାରୀ ବିଭାଗର ଚଢଉ: କମାଗୁରୁରୁ ଜଣେ ଗିରଫ ୧କେଜି ୬୦୦ଗ୍ରାମ ଗେଞ୍ଜଇ ଜବତ

ଅବକାରୀ ବିଭାଗର ଚଢଉ: କମାଗୁରୁରୁ ଜଣେ ଗିରଫ ୧କେଜି ୬୦୦ଗ୍ରାମ ଗେଞ୍ଜଇ ଜବତ

ନିରାକାରପୁର, ୨୩/୧୨/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କମାଗୁରୁ ଗ୍ରାମରେ ଗେଞ୍ଜଇ ବେପାର ହେଉଥିବାର କୌଣସିସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ କମାଗୁରୁରେ ଚଢାଉ ହୋଇଥିଲା । ଏହି ଚଢାଉ ବେଳେ କମାଗୁରୁ ବାଟସାହିର ଗେଞ୍ଜଇ ବେପାରୀ କୃଷ୍ଣ ଚନ୍ଦ୍ର ମଙ୍ଗରାଜ ଖସି ପଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଅବକାରୀ ବିଭାଗ କର୍ମଚାରୀମାନେ ତାକୁ କାବୁ କରି ତାକୁ ଗିରଫ କରିବା ସହ ୧ କେଜି ୬୦୦ ଗ୍ରାମ ଗେଞ୍ଜଇ ଜବତ କରିଛନ୍ତି । ଜଙ୍କିଆ ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଚୋରା ଗେଞ୍ଜଇ , ମଦ ଓ ବ୍ରାଉନସୁଗାର ବହୁଳଭାବେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.