Tuesday , August 9 2022
Breaking News
Home / ବିଶେଷ / ୬ଵର୍ଷର ଵାଳିକାକୁ ବଳାତ୍କାର ମାମଲା:ନାଚ ମାଷ୍ଟରକୁ ୨୦ ଵର୍ଷ ଜେଲ୍ ଦଣ୍ଡ
Close-up Of Male Judge In Front Of Mallet Holding Documents

୬ଵର୍ଷର ଵାଳିକାକୁ ବଳାତ୍କାର ମାମଲା:ନାଚ ମାଷ୍ଟରକୁ ୨୦ ଵର୍ଷ ଜେଲ୍ ଦଣ୍ଡ

କଟକ ସଦର , ୨୨/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜନୈକା ୬ ଵର୍ଷର ଵାଳିକାକୁ ବଳାତ୍କାର କରାଯିବା ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ଅତିରିକ୍ତ ସେସନ୍ସ ଜଜ୍ ଆସାମୀ ନାଚ ମାଷ୍ଟର ନନ୍ଦୁ ଓରଫ ରମାକାନ୍ତ ସିଂ କୁ ୨୦ ଵର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି।ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟରେ ଆସାମୀକୁ ଆହୁରି ଅଧିକ ୬ ମାସ ଜେଲ ଦଣ୍ଡାଦେଶ କରିଥିବା ଆଦେଶନାମା ରୁ ସ୍ପଷ୍ଟ ହୋଇଛି। ଏଥିସହିତ ପୀଡିତାଙ୍କ ପରିଵାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଵାକୁ କଟକ ଜିଲ୍ଲା ଆଇନସେଵା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି।ମାମଲାରୁ ପ୍ରକାଶ ଯେ ୨୦୧୯ ମସିହା ନଭେମ୍ବର ୨୧ ତାରିଖ ରାତିରେ ନେମାଳ ଅଞ୍ଚଳରେ ହେଉଥିବା ଅପେରା ଦେଖିଵାକୁ ପୀଡିତା ଜଣକ ଯାଇଁ ଅଭିଯୁକ୍ତ ନାଚ ମାଷ୍ଟର ହାଵୁଡରେ ପଡି ଧର୍ଷିତା ହୋଇଥିଲେ। ସକାଳେ ଏକ ଵାଉଁଶ ଵୁଦା ମୂଳରୁ ରକ୍ତ ଜୁଡୁଵୁଡୁ ଅବସ୍ଥା ରେ ପୀଡିତାଙ୍କୁ ଉଦ୍ଧାର କରାଯାଇ ତାଠାରୁ ସଵୁ କଥା ଲୋକେ ଜାଣିଵାକୁ ପାଇଥିଲେ। ଏ ସମ୍ପର୍କରେ ମାମଲା ରୁଜୁ କରି ନେମାଳ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.