Friday , August 19 2022
Breaking News
Home / ଶିକ୍ଷା / ଲୋକନାଥ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ 

ଲୋକନାଥ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ଉତ୍ସବ 

ଗରଦପୁର, ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ଇତିହାସ ବିଭାଗର ୧ମ ବାର୍ଷିକ ସମ୍ପାନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ କୁଦାନଗରୀସ୍ଥିତ ଶୁକ ପରିକ୍ଷିତ ଆଶ୍ରମ ତଥା ପର୍ଯ୍ୟଟନ କ୍ଷେତ୍ରରେ ଆାୟୋଜିତ ଏହି ଉତ୍ସବରେ ଇତିହାସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସୀତାକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ଇତିହାସ ବିଭାଗର ଅଧ୍ୟାପକ କ୍ଷୀରୋଦ ପ୍ରସାଦ ନାୟକ ଓ ଅଧ୍ୟାପକ ରମାକାନ୍ତ ପାଣି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ବିଭାଗର ନାମ ଟେକ୍ ରଖିବାକୁ ପ୍ରେରଣା ଦେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପ୍ରଧାନ ଯୋଗଦେଇ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ଅବସରରେ ଜୀବନରେ ସଫଳ ବ୍ୟକ୍ତିତ୍ୱ ହେବା ପାଇଁ କଠୋର ଅଧ୍ୟବସାୟ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ପୁରାତନ ଛାତ୍ର ତଥା ସାମ୍ବାଦିକ ସୁବାସ ସାମଲ ଯୋଗଦେଇ ପୁରୁଣା ଦିନର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜାରୀ ତ୍ରିପାଠୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାରେ ମନୋନିବେଶ ପାଇଁ ଉତ୍ସାହିତ କରିଥିଲେ । ଉପସ୍ଥିତ ଥିବା ନବାଗତ ଛାତ୍ର ଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ୨ୟ ଓ ୩ୟ ବାର୍ଷିକ ଛାତ୍ର ଛାତ୍ରୀ  ସେମାନଙ୍କୁ ସ୍ୱାଗତ କରିବା ସହ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସର୍ବଶ୍ରୀ ଚିନ୍ମୟ ଦାସ, ଦିଲିପ ପଣ୍ଡା,ସୁବ୍ରତ ବାରିକ, ବୈଷ୍ଣବଦେବୀ ସାହୁ, ସୋନାଲୀ ବିଶ୍ୱାଳ,ସୋନାଲିକା ଦାସ,ଦେବାଶିଷ ମୁଦୁଲୀ,ଦେବାଶିଷ ପଣ୍ଡା,ସୁଜାତା ସାହୁ,ପ୍ରିୟଙ୍କା ମହାପାତ୍ର, ଉଷା ପି୍ରୟଦର୍ଶିନୀ ଲେଙ୍କା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ୍, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଂଟାଂଟ ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶକ୍ତିମୟୀ ପ୍ରଧାନ …

Leave a Reply

Your email address will not be published.