ଭୁବନେଶ୍ୱର , ୨୨/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ଵରରେ ବଢିଲା କଣ୍ଟେନମେଣ୍ଟ ଜୋନ। ପୁଣି ବୁଧବାର ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଡୁମଡୁମାର କସମୋପୋଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ୪ଟି ଫ୍ଲାଟରୁ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ରାଜଧାନୀରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଗତକାଲି ବମିଖାଲ ଜୟଦୁର୍ଗାନଗର ର ପ୍ଲଟ ନଂ ୧୩୦୩/୧୩୦୪ ଓ ଭିଏସଏସ ନଗରରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଓଡ଼ିଶା ସମାଚାର