ରଘୁନାଥପୁର ,୨୨/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସଭା ଗୃହରେ କଳାକାର ଚୟନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ବିଡ଼ିଓ ଜିତେନ୍ଦ୍ର ପ୍ରସାଦ ନାୟକ , ଏବିଡ଼ିଓ ଅଶୋକ କୁମାର ମହାନ୍ତି, ବିଏସଏସଓ ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ଥିବାବେଳେ ବିଚାରକ ମଣ୍ଡଳୀ ଭାବେ ରଘୁନାଥପୁର ବ୍ଲକ୍ କଳା ସଂଯୋଜକ ପ୍ରସନ୍ନ କୁମାର ପଟ୍ଟନାୟକ, ସାଧନା କଳା କେନ୍ଦ୍ର ଅଧ୍ୟକ୍ଷ ଗୁରୁ ନବ କିଶୋର ସାହୁ, ଗୁରୁ ସୁରେନ୍ଦ୍ର ନାଥ ବାରିକ ଉପସ୍ଥିତ ଥିଲେ । ବ୍ଲକ୍ ଅଂଚଳରୁ ୯୫ ଜଣ ବ୍ୟକ୍ତି ଅଡ଼ିସନ ରେ ଭାଗ ନେଇଥିଲେ । ଯେଉଁମାନେ ଏଥିରେ ଭାଗ ନେଇନଥିବେ ସେମାନେ କଳାକାର ଭତାରୁ ବଂଚିତ ହେବେ ବୋଲି ଉପସ୍ଥିତ ବିଚାରକ ମଣ୍ଡଳୀ ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ କି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୧୮ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର