Tuesday , August 16 2022
Breaking News
Home / ବିଶେଷ / ଭେଜାଲ ମଦ ବିକ୍ରୀ ଅଭିଯୋଗ ରେ ଅବକାରୀ ଚଢ଼ାଉ :ସିଲ ହେଲା କାଉଣ୍ଟର

ଭେଜାଲ ମଦ ବିକ୍ରୀ ଅଭିଯୋଗ ରେ ଅବକାରୀ ଚଢ଼ାଉ :ସିଲ ହେଲା କାଉଣ୍ଟର

ମାହାଙ୍ଗା ,୨୨/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ବିଦେଶୀ ବ୍ରାଣ୍ଡର ଅପମିଶ୍ରିତ ମଦ ବିକ୍ରୀ କରାଯାଉଥିବା ମାହାଙ୍ଗା ର ଏରକଣା ଅଂଚଳର ଏକ ମଦ ଦୋକାନ ଉପରେ ଅବକାରୀ ବିଭାଗ ମଙ୍ଗଳ ବାର ସନ୍ଧ୍ୟାରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତକରିବା ସହ ଏହି ଦୋକାନକୁ ସିଲ କରିବା ପରେ ୩ଜଣ କର୍ମଚାରୀଙ୍କୁ ଉଠାଇ ନେଇଛି । ଏହି ମଦ ଦୋକାନରେ ଅପମିଶ୍ରିତ ମଦ ବିକ୍ରୀନେଇ ଅଭିଯୋଗ ହେଉଥିଲା । ମଙ୍ଗଳ ବାର ସନ୍ଧ୍ୟାରେ ଏହି ଦୋକାନକୁ ଏକ ଟ୍ରିପ ବିଦେଶୀ ମଦ ଆସିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅଚାନକ କଟକ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ଼ ଏହି ବିଦେଶୀ ମଦ ଦୋକାନ ଉପରେ ଛାପା ମାରିଥିଲା । ବିପୁଳ ମାତ୍ରାର ବିଦେଶୀ ମଦ ବୋଝେଇ ଏକ ମିନିଟ୍ରକ କୁ ଅବକାରୀ ପୋଲିସ ଘଟଣାସ୍ଥଳ ରୁ ନେଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ମଦ ଗାଡ଼ିରୁ ଲୁଟ ପାଟ ଆରଂଭ କରିଦେଇଥିଲେ । ଅବକାରୀ ବିଭାଗ ପକ୍ଷରୁ ଏହି ମଦ ଦୋକାନକୁ ସିଲ କରାଯାଇଥିବା ବେଳେ ୩ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଓଡିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.