ଭୁବନ ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ତହସିଲଦାର ପ୍ରଭାସ କୁମାର ବେହୁରା ଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଟ୍ରେଜେରୀ ଅଫିସର କୈଳାସ ଚନ୍ଦ୍ର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ନିରଂଜନ ଭୋଇ , ସୁଧୀର କୁମାର ପଣ୍ଡା , ପୁରୁଷୋତମ ସିଂ , ରାକେଶ କୁମାର ପଣ୍ଡା , ଅରବିନ୍ଦ ସାହୁ , ପ୍ରଣତୀ ଭୋଇ, ସଂଜୟ ଭୋଇ , ମମତା ରାଉଳ, ମିନତୀ ବାଘସିଂ ,ସୁନାରାମ ତିରିଆ , ଯଜାତି କେଶରୀ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ତହସିଲଦାର ଶ୍ରୀଯୁକ୍ତ ବେହୁରା ଙ୍କୁ ପୁଷ୍ପଗୁଚ୍ଛ,ଉପଢୌକନ ଓ ଉପହାର ପ୍ରଦାନ କରି ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ । ତହସିଲ କର୍ମଚାରୀ ଙ୍କ ସମେତ ଭୁବନ ଗ୍ରାମବାସୀ ଙ୍କ ଠାରୁ ଯେଉଁ ସ୍ନେହ,ଶ୍ରଦ୍ଧା ଓ ସଦିଚ୍ଛା ପାଇଛନ୍ତି, ତାଙ୍କ ପାଇଁ ଏହା ସବୁଦିନ ପାଇଁ ଅଭୂଲା ସ୍ମୃତି ହୋଇ ରହିବ ବୋଲି ବିଦାୟୀ ତହସିଲଦାର ଶ୍ରୀଯୁକ୍ତ ବେହୁରା ବାଷ୍ପରୁଦ୍ଧ କଣ୍ଠ ଓ ଅଶ୍ରୁଳ ନୟନ ରେ ମତବ୍ୟକ୍ତ କରିଥିଲେ । ନୂତନ ତହସିଲଦାର କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ବିଡିଓ ଆଶୀର୍ବାଦ ପରିଡା ଦାୟିତ୍ୱରେ ରହିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱଳ୍ପ ସମୟ ମଧ୍ୟରେ ତହସିଲଦାର ଶ୍ରୀଯୁକ୍ତ ବେହୁରା ତ୍ୱରିତ ସେବା ପ୍ରଦାନ କରି ସମଗ୍ର ଭୁବନବାସୀଙ୍କ ହୃଦୟ ଜିଣିନେଇଥିଲେ । ଓଡ଼ିଶା ସମାଚାର