ଭୁବନ ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହରର ନମ୍ବର ୧ ସୁନାଗହଣା ଦୋକାନ ଭାବେ ସୁପରିଚିତ ବିଷ୍ଣୁପ୍ରିୟା ଜୁଏଲର୍ସ ର ୨୧ ତମ ବାର୍ଷିକ ଉତ୍ସବ ଓ ଲକି ଡ୍ର ଉଠାଣ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି । ସତ୍ୱାଧିକାରୀ ଏକ୍ସ ଆର୍ମି ଭାଗବତ ସାହୁ ଙ୍କ ଅଧ୍ୟକ୍ଷତା ,ଇନ୍ଦୁମତି ସାହୁ ଙ୍କ ତତ୍ୱାବଧାନ ଓ ଶୁଭେନ୍ଦୁ ସାହୁ ଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ବବି ମିଶ୍ର ଯୋଗଦେଇଥିବାବେଳେ ପୂର୍ବତନ ନଗରପାଳ ନରହରି ସାହୁ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ , କାଳୀବଜାର ବଣିକସଂଘ ସଭାପତି ସମୀର କୁମାର ସାହୁ, ଶ୍ରୀଶ୍ରୀ ମହାଲକ୍ଷ୍ମୀ ବଣିକସଂଘ, ନୂଆବଜାର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ,ଦୁର୍ଗାବଜାର ସଭାପତି ଶ୍ରୀକାନ୍ତ କୁମାର ସାହୁ, ଯୁବଉଦ୍ୟୋଗପତି ହୃଷିକେଶ ମିଶ୍ର,ଇଂ ଶକ୍ତି ପ୍ରସାଦ ସାହୁ,ଯୁବନେତା ବିନୋଦ ମହାରଣା ଓ ମ୍ୟାନେଜର ପ୍ରଭାତ ମହାରଣା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଗତ ଦଶହରା ସମୟରେ ସୁନାଗହଣା କିଣିଥିବା ବ୍ୟକ୍ତିମାନଙ୍କ କୁପନକୁ ନେଇ ଲକି ଡ୍ର ଉଠାଣ ହୋଇଥିଲା । ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଜ୍ୟୋତିରଂଜନ ପାଣି ଙ୍କୁ ପ୍ରଥମ ପୁରସ୍କାର ୧ ଲକ୍ଷ ଟଙ୍କା ,ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କବାଟ ଗ୍ରାମର କ୍ଷୀରସିନ୍ଧୁ ମହାନ୍ତ ଙ୍କୁ ଦ୍ୱିତୀୟ ପୁରସ୍କାର ୫୦ ହଜାର ଟଙ୍କା ଓ ବାଲିବୋ ଗ୍ରାମର ଶୁଭ୍ରାଂଶୁ ରଂଜନ ସ୍ୱାଇଁ ,ଭୁବନ ର ବାବୁରାମ ସାହୁ , ସୁକିନ୍ଦା ର ଜି.ସିସିଂହ ଙ୍କୁ ତୃତୀୟ ପୁରସ୍କାର ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନାଟ୍ୟ ନିର୍ଦ୍ଧେଶକ ଗୁରୁ ପ୍ରସାଦ ମିଶ୍ର ସଂପୂର୍ଣ୍ଣଭାବେ ପରିଚାଳନା କରିଥିଲେ । ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଓଡ଼ିଶା ସମାଚାର