Saturday , August 13 2022
Breaking News
Home / ବିଶେଷ / ବାଲ୍ମିକୀ ରାମାୟଣ ପାଠ

ବାଲ୍ମିକୀ ରାମାୟଣ ପାଠ

ଜଗତସଂହପୁର , ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ରାମାୟଣ ପଠନ ଓ ଶ୍ରବଣ ଦ୍ଵାରା ମଣିଷ ମାର୍ଜିତ ହେବା ସହ ଆଦର୍ଶ ପରିବାର ଓ ଶୃଙ୍ଖଳିତ ସମାଜଗଠନରେ ବ୍ରତୀ ହୋଇଥାଏ ବୋଲି ପଣ୍ଡିତ ବ୍ରାହ୍ମଣମାନେ ମତ ବ୍ୟକ୍ତ କରିଛନ୍ତି । ବିରିଡ଼ି ବ୍ଲକ ଉତ୍ତରଶାସନ ପଞ୍ଚାୟତରେ ଇଷ୍ଟଦେବ ମହାବୀର ହନୁମାନ ପୀଠରେ ଓଢନ ଷଷ୍ଠୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀ ବାଲ୍ମିକୀ ରାମାୟଣ ମହୋତ୍ସବରେ ପ୍ରତ୍ୟେହ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ପରେ ରାମାୟଣ ପାଠ କରାଯାଇଥାଏ । ପଣ୍ଡିତ ସୁବୋଧଚନ୍ଦ୍ର ବ୍ରହ୍ମାଙ୍କ ତତ୍ତ୍ଵାବଧାନରେ ପଣ୍ଡିତ ଗୁରୁପ୍ରସାଦ ରଥ,ପ୍ରମୋଦ କୁମାର କର,ଚନ୍ଦ୍ରମଣି ଦାସ, କବି ପୀତାମ୍ବର ମହାପାତ୍ର, ଭବନୀକାନ୍ତ ପଣ୍ଡା, ଅକ୍ଷୟ କୁମାର ବ୍ରହ୍ମା,ସତ୍ୟବ୍ରତ ରଥ,ସନ୍ଦୀପ ମହାପାତ୍ର,ଉମାକାନ୍ତ ରଥ, ସଂବିତ୍ ମହାପାତ୍ର ପ୍ରମୁଖ ପାଠ କରୁଥିବା ବେଳେ ଉମାକାନ୍ତ ବେହେରା,ବିଜୟ କୁମାର ପଣ୍ଡା,ଧନଞ୍ଜୟ ବ୍ରହ୍ମା,ରାଜେଶ ଦାସ, ଶନ୍ତାମଣୀ ଶତପଥୀ,ଭଗ୍ୟଧର ବେହେରା,ଚନ୍ଦ୍ରଶେଖର ଶତପଥୀ,ପ୍ରମୋଦ କୁମାର ଶତପଥୀ ପ୍ରମୁଖ ଏହି ଏକାଦଶ ଦିବସୀୟ କାର୍ୟ୍ୟକ୍ରମକୁ ସଞ୍ଚାଳନ କରୁଛନ୍ତି । ପଣ୍ଡୁପୂର୍ଣ୍ଣିମା ରବିବାର ଦିନ ଏହି ପାଠ ଉଦଯାପନ ହେବ ବୋଲି କର୍ମକର୍ତ୍ତା ମାନେ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.