Wednesday , October 4 2023
Breaking News
Home / ବିଶେଷ / ପ୍ରଳୟ କ୍ଷେପଣାସ୍ତ୍ର ର ସଫଳ ପରୀକ୍ଷଣ

ପ୍ରଳୟ କ୍ଷେପଣାସ୍ତ୍ର ର ସଫଳ ପରୀକ୍ଷଣ

ବାଲେଶ୍ବର ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡିଶା ଉପକୂଳ ଚାନ୍ଦିପୁର ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ଆଜି ସକାଳ ୧୦.୨୦ ମିନିଟ ସମୟରେ ପ୍ରଳୟ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ପରୀକ୍ଷଣ ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସର୍ଟ ରେଞ୍ଜ୍ ବାଲିଷ୍ଟିକ ମିସାଇଲ ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ହୋଇଛି । ଏହା ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରିପାରିବ । ପ୍ରାୟ ୩୫୦ରୁ ୫ ଶହ କିମି ପର୍ୟ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି । ସେହିପରି ଏକାସାଙ୍ଗେ ୫ ଶହରୁ ହଜାରେ କିଲୋଗ୍ରାମ ମଧ୍ୟରେ ଯୁଦ୍ଧାସ୍ତ୍ର ବହନ କରି ପାରିବାରେ ଏହା ସକ୍ଷମ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *