Tuesday , June 6 2023
Breaking News
Home / ସ୍ୱାସ୍ଥ୍ୟ / ନୂଆ ଵର୍ଷରୁ ଏସସିଵି ରେ ସ୍ୱଚ୍ଛତା ପାଇଁ ନୂଆ ନିୟମ – ଵିଏସକେୱ।ଇ କାଉଣ୍ଟରକୁ ନର୍ସ ଆଣିଵେ ଔଷଧ ଚିଠା

ନୂଆ ଵର୍ଷରୁ ଏସସିଵି ରେ ସ୍ୱଚ୍ଛତା ପାଇଁ ନୂଆ ନିୟମ – ଵିଏସକେୱ।ଇ କାଉଣ୍ଟରକୁ ନର୍ସ ଆଣିଵେ ଔଷଧ ଚିଠା

କଟକ ସଦର , ୨୨/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଏସସିଵି ଵଡ ମେଡିକାଲରେ ଵିଏସକେୱ।ଇ (ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) ରେ ସ୍ୱଚ୍ଛତା ଆଣିଵା ପାଇଁ ପ୍ରଶାସନ ନୂଆ ଵର୍ଷରୁ ନୂଆ ନିୟମ ପ୍ରବର୍ତ୍ତନ କରିଵାକୁ ଯାଉଥିବା ଜଣାଯାଇଛି। ମେଡିକାଲରେ ଏହି ଯୋଜନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଠାରୁ ନିଯୁକ୍ତ ନର୍ସମାନେ ପ୍ରେସ୍କ୍ରିପସନ ସହ ଵିଏସକେୱ।ଇ କାର୍ଡ ଆଣି କାଉଣ୍ଟରରେ ଦେଖାଇ ଔଷଧ ଓ ଉପକରଣ କିଣି ରୋଗୀଙ୍କୁ ଦେଵା ସହିତ କାର୍ଡ ଫେରସ୍ତ କରିଵେ। ଲୋକାଲ ପର୍ଚେଜ୍ ମାଧ୍ୟମରେ ସରକାରୀ ସହବନ୍ଧିତ ଔଷଧ ଦୋକାନରୁ ଏହା କେଵଳ କିଣାଯିଵ ଵୋଲି ନିର୍ଦ୍ଦେଶନାମା ରହିଛି।ଏହି ଯୋଜନାରେ ହେରାଫେରି ହେଵା ଅଭିଯୋଗ ହେଵା ପରେ ମେଡିକାଲ ପ୍ରଶାସନ ଏହି ବ୍ୟବସ୍ଥା ଆପଣାଇଵାକୁ ଯାଉଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.