Saturday , August 13 2022
Breaking News
Home / ସ୍ୱାସ୍ଥ୍ୟ / ତାରପୁର ଓ ଗୁଆଳିପୁର ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଂଟନ

ତାରପୁର ଓ ଗୁଆଳିପୁର ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଂଟନ

ରଘୁନାଥପୁର ,୨୨/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ରଘୁନାଥପୁର ବ୍ଲକ୍ ର ତାରପୁର ଓ ଗୁଆଳିପୁର ପଂଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ବଂଟନ କରାଯାଇଛିା ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ତିର୍ତୋଲ ବିଧାୟକ ଇଂ ବିଜୟ ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨ ଗୋଟି ପଂଚାୟତର ୧୯୫୭ ଜଣ ହିତାଧିକାରୀଙ୍କୁ ଏହି କାର୍ଡ଼ ବାଂଟିବାର ବ୍ୟବସ୍ଥା କରାଇଥିଲେ । ଏହି ଯୋଜନାରେ ରାଜ୍ୟ ତଥା ରାଜ୍ୟ ବାହାରେ ୨୨୮ ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ହିତାଧିକାରୀମାନଙ୍କୁ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଓ ପୁରୁଷ ଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇ ପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରଅମରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଜିତେନ୍ଦ୍ର ପ୍ରସାଦ ନାୟକ୍, ଜିଲା ପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ତାରପୁର ସରପଂଚ ସରୋଜ କୁମାର ଦାସ, ଗୁଆଳିପୁର ସରପଂଚ ଜାନକୀ ବଲଭ ସ୍ୱାଇଁ, ତାରପୁର ସମିତି ସଭ୍ୟ ସାରୋଜ କଚୁମାର ଦାଶ, ନୀହାର ରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.