Wednesday , May 31 2023
Breaking News
Home / ସ୍ୱାସ୍ଥ୍ୟ / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩୦ ଜଣ ଶିଶୁ ସଂକ୍ରମିତ-ଜଣେ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩୦ ଜଣ ଶିଶୁ ସଂକ୍ରମିତ-ଜଣେ ମୃତ

ଭୁବନେଶ୍ୱର , ୨୨/୧୨/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୭୫ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୦ ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨ଜଣ, ବରଗଡ଼ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୩ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୫ଜଣ, ଯାଜପୁର ଜିଲ୍ଲାରୁ ୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୯୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ଜଣେ, ସମ୍ବଲପୁର ଜିଲ୍ଲାରୁ ୭ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୬ଜଣ, ଷ୍ଟେଟ ପୁଲ୍ ରୁ ୨୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୩୩୪୯ରେ ପହଞ୍ଚିଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ ବୋଲି ଜଣାପଡିଛି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୩୦୪୫ଜଣ ସୁସ୍ଥ ହୋଇଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୭ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୮୦୪ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୨୪୯୯୨୦୮୮ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.