Tuesday , August 9 2022
Breaking News
Home / ଶିକ୍ଷା / ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗଗୋଗ ବିଭାଗର ଟପ୍ପର ହେଲେ ଶ୍ରୀୟଙ୍କା ସାହୁ

ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣ ଯୋଗଗୋଗ ବିଭାଗର ଟପ୍ପର ହେଲେ ଶ୍ରୀୟଙ୍କା ସାହୁ

ଭୁବନେଶ୍ୱର , ୨୨/୧୨/୨୦୨୧ (ଓଡ଼ିଶା ସମାଚାର)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇନଫରମେସନ୍ ଟେକ୍ନୋଲୋଜି କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ୨୦୧୯-୨୦୨୧ ବର୍ଷର ଛାତ୍ରୀ ଶ୍ରୀୟଙ୍କା ସାହୁ ସର୍ବୋଚ୍ଚ ୧୮୯୫/ ୨ ୩ ୦୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି କଲେଜ ପାଇଁ ଗୌରବ ଆଣିଛନ୍ତି । ଉତ୍କଳ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଏ ପର୍ୟ୍ୟନ୍ତ ଅନୁଷ୍ଠିତ ସମସ୍ତ ସ୍ନାତକାତର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପରୀକ୍ଷାରେ ଛାତ୍ର ଛାତ୍ରୀମନେ ଯେତେ ମାର୍କ ପାଇଛନ୍ତି, ଶ୍ରୀୟଙ୍କାଙ୍କୁ ମିଳିଥିବା ମାର୍କ ସମସ୍ତଙ୍କ ଠାରୁ ସର୍ବୋଚ୍ଚ, ତଥା ରେକର୍ଡ ସୃଷ୍ଟିକରିଛି। ଗତକାଲି ବିଶ୍ୱବିଦ୍ୟାଳୟର ୨୦୧୯-୨୧ ର୍ଷର ଚୂଡ଼ାନ୍ତ ଫଳ ପ୍ରକାଶ ପାଇବା ପରେ ଫଳାଫଳକୁ ନେଇ ଅମିତ୍ କଲେଜରେ ଆନନ୍ଦର ବାତାବରଣ ଖେଳିଯାଇଛି।
ତାଙ୍କର ଏହି ସଫଳତା ପାଇଁ ଅମିତ୍ କଲେଜର ଚେୟାର ମ୍ୟାନ ଅଧୀପ୍ ନାରାୟଣ ମହାନ୍ତି, ନିର୍ଦ୍ଦେଶକ ତ୍ରିଦେବ୍ ନାରାୟଣ ମହାନ୍ତି ଓ ସୁପ୍ରିତା ପାଲିତ , ଅଧ୍ୟକ୍ଷ ଓ ବିଭାଗର ମୁଖ୍ୟ ଡ଼. ଶରତ କୁମାର ନାୟକ, ଅଧ୍ୟାପକ ମଣ୍ଡଳୀ ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ କୃତିତ୍ୱ ପାଇଁ ‘ଅମିତ’ର ଭାଇସ୍ ପ୍ରିନ୍ସିପାଲ୍ ବିଜୟ କୁମାର ମଙ୍ଗରାଜ , ପ୍ରଶାସନ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ଡଃ. ଭି. ଆର. ରାଜୁ, ସୁଧାଂଶୂ ଶେଖର ଧଡ଼ା, ଡଃ ପ୍ରଭାଶ ଆଚାର୍ୟ୍ୟ, ଡଃ ଦିପକ ସାମନ୍ତରାୟ ,ରଥିନ୍ଦ୍ର ମିଶ୍ର, ଚିନ୍ତନ ବ୍ରହ୍ମା, ସୁବ୍ରତ ପତି,ଗୋପାଳକୃଷ୍ଣ ମହାପାତ୍ର, ଭୁଦୀପ ନାରାୟଣ ମହାନ୍ତି, ଉମାକାନ୍ତ ପାତ୍ର, ଟିକାୟତ ନାୟକ, ମଧୁସ୍ମିତା ବିଧାରଙ୍କ ସମେତ ନ୍ୟାୟବତୀର ବାର୍ତ୍ତା ସମ୍ପାଦକ ଗୋପୀନାଥ ପରିଡ଼ା, ସାମ୍ବାଦିକ ଅରୁଣ ଦାସ ଓ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀୟଙ୍କାଙ୍କ ଘର ଅନୁଗୋଳ ଜିଲ୍ଲାରେ ହୋଇଥିବା ବେଳେ, ତାଙ୍କ ବାପା ବିଜୟ କୁମାର ସାହୁ ଜଣେ ବରିଷ୍ଠ ଓକିଲ ଓ ମା’ ପାଞ୍ଚାଳି ସାହୁ ଜଣେ ଶିକ୍ଷୟିତ୍ରୀ ଅଛନ୍ତି । ଏହିପରି ପୁର୍ବରୁ ମଧ୍ୟ ଲଗାତାର ଭାବେ ୨୦୦୩-୨୦୦୫ ବର୍ଷର ଛାତ୍ରୀ ପ୍ରିୟଙ୍କା ପାଣି, ୨୦୦୫-୨୦୦୭ ବର୍ଷର ଛାତ୍ରୀ ସସ୍ମିତା ବିଶୋଇ,୨୦୧୧-୨୦୧୩ ବର୍ଷର ଛାତ୍ରୀ ମଧୁରିମା,୨୦୧୬-୨୦୧୮ ବର୍ଷର ଛାତ୍ରୀ ପଦ୍ମାବତୀ କୁଣ୍ଡ ଏବଂ ୨୦୧୮-୨୦୨୦ ବର୍ଷର ଛାତ୍ର ଯଜ୍ଞ ଜ୍ୟୋତି ବେହେରା ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ବିଶ୍ୱବିଦ୍ୟାଳୟ ସହିତ ଅମିତ୍ କଲେଜ ପାଇଁ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.