ଗରଦପୁର, ୨୨/୧୨/୨୦୨୧(ଓଡ଼ିଶା ସମାଚାର)- ଆତ୍ମ ନିଯୁକ୍ତି ସୃଷ୍ଟି କରି ନିଜ ପରିବାର ଚଳାଇବା ପାଇଁ ସ୍ୱେଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ବର୍ଗର ଆଗ୍ରହୀ ଲୋକମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ୱେଛାସେବୀ ସଂଗଠନ ‘ଶାନ୍ତି ମୈତ୍ରୀ’ ପକ୍ଷରୁ ଏହାର କ୍ଷେତ୍ରିୟ କାର୍ଯ୍ୟାଳୟ ଗରଦପୁର ବ୍ଳକର ବିଚଣା ଠାରେ ଏହି ସହାୟତା ରାଶି ବଂଟନ କରାଯାଇଛି । ଗରଦପୁର ବ୍ଲକର ପଦ୍ମପୁର ପଂଚାୟତ ନୂଆପଡା ଗ୍ରାମର ହେମଲତା ବେହେରାଙ୍କୁ ଛା‚ୁଣୀ ତିଆରି କରିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ହେମଲତାଙ୍କ ସ୍ୱାମୀ ପକ୍ଷାଘାତ ରୋଗରେ ପିଡୀତ ହୋଇଥିବାରୁ ତାଙ୍କର ପରିବାର ଚଳାଇବା କଷ୍ଟକର ହୋଇପଡିଛି । ସେହିପରି ମାଣିକପୁର ଗ୍ରାମର ସବିତା ସାହୁଙ୍କୁ ମାସ୍କ ତିଆରି କରିବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ‘ଶାନ୍ତି ମୈତ୍ରୀ’ ପକ୍ଷରୁ ସମ୍ପାଦକ ଭଗବାନ ଜେନା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସବିତା ନିଜ ଘରେ ମାସ୍କ ତିଆରି କରି ସେଗୁଡିକୁ ବିକ୍ରୀ କରି ସେଥିରୁ ଉପାର୍ଜନ ଅର୍ଥରେ ପରିବାର ଚଳାଉଛନ୍ତି । ଏହି ସହାୟତା ରାଶି ବଂଟନ ସମୟରେ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ଥିଲେ । ସେହିପରି ମାର୍ଶାଘାଇ ବ୍ଲକ ଅଧିନ ପରକୂଳା ଗ୍ରାମର ‘କେତନ ଆର୍ଟ ଆଣ୍ଡ କ୍ରାଫ୍୍ଟ’ନାମକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ‘ଡୋକରା’ ତିଆରି କରିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ୧୦ ଜଣ ସଦସ୍ୟା କଣ୍ଢେଇ, ରାକ୍ଷୀ, ଫୁଲଦାନି, ଆଧୁନିକ ପଦ୍ଧିତିରେ ଖେଳନା ସାମଗ୍ରୀ ଆଦି ତିଆରି କରି ସେଗୁଡିକୁ ବାହାର ଜିଲାରେ ବିକ୍ରୟ କରିବା ସମ୍ପର୍କରେ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ସଂଗଠନର ସମ୍ପାଦକ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ସେହିପରି ଏହି ଅଂଚଳର ଦୁଇଟି ଗ୍ରାମରେ ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ଦିନରୁ ପଡି ରହିଥିବା ଦୁଇଗୋଟି ପୋଖରୀରେ ମାଛ ଚାଷ କରିବା ପାଇଁ ଗ୍ରାମର ଯୁବକମାନଙ୍କୁ ମାଛ ବିହନ କ୍ରୟ କରିବା,ମାଛ ପାଇଁ ଦାନା କ୍ରୟ କରିବା ଓ ପୋଖରୀ ସଫେଇ କରିବା ପାଇଁ ଆର୍ଥିକ ସହାୟତା ରାଶି ଯୋଗାଇ ଦିଆଯାଇଥିବାର ଜଣାଯାଇଛି । ଓଡ଼ିଶା ସମାଚାର