ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ଚାଷୀଙ୍କୁ କାଳିଆ ସହାୟତା ଭଳି ରାଜ୍ୟ ସରକାର କୋଭିଡ ସହାୟତା ପ୍ରଦାନ କରିବେ । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ଓ ରାସନ କାର୍ଡ଼ ଥିବା ହିତାଧିକାରୀ ମାନଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।୭ ଦିନ ଭିତରେ ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବଂଟାଯିବ ବୋଲି ଜଣାପଡ଼ିଛି। କାଳିଆ ଟଙ୍କା ଭଳି ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ସମାଚାର