Tuesday , August 9 2022
Breaking News
Home / ରାଜନୀତି / ୧୨ଦଫା ଦାବି ନେଇ କଂଗ୍ରେସର ପ୍ରତିବାଦ ସଭା ଓ ବ୍ଲକ ଘେରାଉ   

୧୨ଦଫା ଦାବି ନେଇ କଂଗ୍ରେସର ପ୍ରତିବାଦ ସଭା ଓ ବ୍ଲକ ଘେରାଉ   

ରଘୁନାଥପୁର, ୨୧/୧୨/୨୦୨୧(ଓଡ଼ିଶା ସମାଚାର)- ୧୨ଦଫା ଦାବି ନେଇ ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଆଜି ରଘୁନାଥପୁର ବ୍ଲକ ଘେରାଉ କରାଯିବା ସହିତ ଏକ ପ୍ରତିବାଦ ସଭା ବ୍ଲକ ସମ୍ମୁଖରେ କରାଯାଇଥିଲା । ଏଥିପାଇଁ ପ୍ରାରମ୍ଭରେ ଜଗନ୍ନାଥପୁର ବଜାରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଜଗନ୍ନାଥପୁର ବଜାର, ରଘୁନାଥପୁର ବଡବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ପ୍ରତିବାଦ ସଭା ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ନେତା ଶ୍ରୀ ମଲ୍ଲିକ ରଘୁନାଥପୁର ପଂଚାୟତରେ କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପେକ୍ସ, ପାଇଖାନା ନିର୍ମାଣ ଏବଂ ମନରେଗା ଯୋଜନାରେ କାମ କରାନଯାଇ ଲକ୍ଷଲକ୍ଷ ଟଙ୍କାର ମିଥ୍ୟାବିଲ କରି ଉଠାଇ ନିଆଯାଇଛି । ରଘୁନାଥପୁର ବ୍ଲକର ୧୯ଗୋଟି ପଂଚାୟତରେ ଉଜ୍ଜ୍ୱଳ ଆଲୋକ ଲଗାଇବା ଯୋଜନାରେ ବ୍ଲକ କର୍ତୃପକ୍ଷ ଶତକଡା ୩୦ ପିସି ନେଇ ନିମ୍ନମାନର ଆଲୋକ ଲଗାଯାଇଅଛି ବୋଲି ଅଭିଯୋଗ କରିଥିଲେ । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଯୋଗଦେଇ ଜିଲ୍ଲାରେ ରଘୁନାଥପୁର ବ୍ଲକ ସବୁ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିଥିଲେ । ଏଥିରେ ରାଜ୍ୟ ମହିଳା କଂଗ୍ରେସ ସଭାପତି ବନିତା ପରିଡା ଯୋଗଦେଇ ଦୁର୍ନୀତିର ଗନ୍ତାଘର ପାଲଟିଛି ରଘୁନାଥପୁର ବ୍ଲକ । ଏଥିରେ ପ୍ରଦେଶ କଂଗ୍ରେସ କମିଟି ମିଡିଆ ସେଲ୍ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଆବାସ ଯୋଜନା ଠାରୁ ଆରମ୍ଭ କରି ସମସ୍ତ ଯୋଜନାରେ ସ୍ୱଛଳ ବର୍ଗ ଲୋକମାନଙ୍କ ଠାରୁ ମୋଟା ଅଙ୍କର  ଉକେôାଚ ନେଇ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିଥିବା ବେଳେ ପ୍ରକୃତ ଗରିବ, ଅସହାୟ ଲୋକମାନଙ୍କୁ ଏଥିରେ ବାଦ୍ ଦିଆଯାଇଛି । ରଘୁନାଥପୁର ବ୍ଲକ ଦୁର୍ନୀତିରେ ଉବୁଟୁବୁ ହେଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ । ଏଥିରେ ଜଗତସିଂହପୁର ପୂର୍ବତନ ପୌରାଧ୍ୟକ୍ଷ ତଥା ପିସିସି ସମ୍ପାଦକ ବିପ୍ଲବ ଚୌଧୁରୀ ଯୋଗଦେଇ ବିଭିନ୍ନ ପଂଚାୟତରେ ରାସନକାର୍ଡ, ଗୁହାଳ, ପାଇଖାନା, ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ଏଥିରେ ପ୍ରଦେଶ ମହିଳା କଂଗ୍ରେସ ଉପସଭାପତି ପ୍ରତିମା ମଲ୍ଲିକ, ଜିଲ୍ଲା ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ସରପଂଚ ବେଦଦୁ୍ୟତି ପୃଷ୍ଟି, ଜିଲ୍ଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ବ୍ଲକ କଂଗ୍ରେସ ଉପସଭାପତି ଆର୍ତତ୍ରାଣ ପଣ୍ଡା, କଂଗ୍ରେସ ନେତା ମହମ୍ମଦ ଇସମାଇଲ, ରମେଶଚନ୍ଦ୍ର ବିଶ୍ୱାଳ, ବିରିଡି ବ୍ଲକ କଂଗ୍ରେସ ଉପସଭାପତି ସମୀର ଖୁଂଟିଆ, ଦେବୀପ୍ରସନ୍ନ ସ୍ୱାଇଁ, ବିନ୍ଦୁସାର ମହାପାତ୍ର, କାଶୀନାଥ ପଣ୍ଡା, ରାଜେଶ ଭୋଳ, ପ୍ରଭାକର ଜେନା, ବିଜୟ ରାଉତ, ଚିତ୍ରସେନ ସାହୁ, ହୃଷିକେଷ ରାଉତ, ନିମାଇଁ ରାଉତ, ରାମଚନ୍ଦ୍ର ମଲ୍ଲିକ, ରଂଜିତ ଜେନା, ସାଇପ୍ରଭଂଜନ ମହାପାତ୍ର, ମାନସ ଗୋଛାୟତ, ବ୍ରହ୍ମାନନ୍ଦ ପଣ୍ଡା, ବିଜନ ସ୍ୱାଇଁ, ରୌନିକ ଅଲ୍ଲୀ ଖାଁ, ବସନ୍ତ ସ୍ୱାଇଁ, ବସନ୍ତ ଦାସ, ହେମନ୍ତ ବେହେରା, ପ୍ରଦିପ ନାୟକ, ପ୍ରଦିପ ସ୍ୱାଇଁ ପ୍ରମୁଖ ଯୋଗଦେଇ ବିଜେଡି ସରକାର ବିରୁଦ୍ଧରେ ବିଷୋଦଗାର କରିଥିଲେ । ଏଥିରେ ୪ଶହରୁ ଉଦ୍ଧ୍ୱର୍ କଂଗ୍ରେସକର୍ମୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.