Tuesday , May 30 2023
Breaking News
Home / ବିଶେଷ / ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୀତ ବସ୍ତ୍ର ବଂଟନ   

ହେମଲତା-ନଟବର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶୀତ ବସ୍ତ୍ର ବଂଟନ   

ଗରଦପୁର,୨୧/୧୨/୨୦୨୧(ଓଡ଼ିଶା ସମାଚାର)- ଗ୍ରାମାଂଚଳରେ ଶୀତର  ଲହରୀ  ଆରମ୍ଭ ହୋଇଯାଇଛି । ରାତ୍ରୀ ସମୟରେ ତାପ ମାତ୍ରା କମିଯାଉଥିବାରୁ ଅଧିକ ଶୀତ ଲହରୀ ଅନୁଭୂତ ହେଉଛି । ଏହି ଅବସରରେ ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତ ମହମ୍ମୁଦା-ଭାଟପଡା ଗ୍ରାମର ହେମଲତା-ନଟବର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆଜି ପାଟକୁରା ଅଂଚଳର ୧୦ଜଣ ଅସହାୟ,ଦୁଃସ୍ଥ ଓ ଭିନ୍ନକ୍ଷମ ପରିବାରକୁ କମ୍ବଳ ବଂଟନ କରାଯାଇଛି । ଏହି ଟ୍ରଷ୍ଟ ପକ୍ଷରୁ ବେଡାରୀ ଗ୍ରାମର ଅସହାୟ ପ୍ରହଲ୍ଲାଦ ଭୂୟାଁ,ତାଳସଙ୍ଗା ଗ୍ରାମର ତୁଳସୀ  ମଳିକ,ମୁଟୁରୀ  ବେହେରା, ଭାଟପଡା ଗ୍ରାମର ପ୍ରତିମା ମହାରାଜ, ଖମଗାଁ ଗ୍ରାମର ଚିନ୍ତାମଣୀ  ସାହୁ, ମହମ୍ମୁଦା ଗ୍ରାମର ସୁଧାକର ମହାନ୍ତି,ପୁରୁଷୋତମ ବେହେରା,ମାଣିକପୁର ଗ୍ରାମର କେଦାର ମାଳାହି,ଗୋତ୍ରବିଲ ଗ୍ରାମର ଦୋଳଗୋବିନ୍ଦ ସାହୁ , ହରିଦାସପୁର ଗ୍ରାମର ରେଣୁବାଳା ସ୍ୱାଇଁ,ବିଚଣା ଗ୍ରାମର ଦୋଳଗୋବିନ୍ଦ ମଳିକ ପ୍ରମୁଖଙ୍କୁ ଟ୍ରଷ୍ଟର ସଭାପତି ଶ୍ରୀ ମହାନ୍ତି କମ୍ବଳ ବଂଟନ କରଥିଲେ ।  ଟ୍ରଷ୍ଟର ସଭାପତି ଶ୍ରୀ ମହାନ୍ତିଙ୍କ ସହିତ  ଅବସରପ୍ରାପ୍ତ ଶିକ୍ଷକ ନବୀନ ଚନ୍ଦ୍ର ବେହେରା,ବେଡାରୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ଚୌଧୁରୀ, ପ୍ରସାଦ ମହାନ୍ତି ଓ କେଦାର ବାରିକ୍ ପ୍ରମୁଖ ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ପରିବାରମାନଙ୍କୁ ଶୀତବସ୍ତ୍ର ବଂଟନ  କରିଥିଲେ । ଟ୍ରଷ୍ଟର ସମ୍ପାଦିକା ସନ୍ଧ୍ୟାରାଣୀ ଜେନା ଏହି ଅବସରରେ  ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସମୟରେ କରାଯାଉଥିବା କେତେକ ସେବାମୂଳକ କାର୍ଯ୍ୟ  ସମ୍ପର୍କରେ ସୂଚନା ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.