କଟକ ସଦର, ୨୧/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵିଜେପିରେ ଥିଵା ରାଜ୍ୟର ଜଣାଶୁଣା ସଙ୍ଗୀତକାର, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କୁ ଛାଡି ତାଙ୍କର ଧର୍ମପତ୍ନୀ ଜଣାଶୁଣା କଣ୍ଠଶିଳ୍ପୀ,ସମ୍ଵାଦ ପାଠିକା କ୍ରିଷ୍ଣା ମିଶ୍ର ଓରଫ କ୍ରିଷ୍ଣା ପ୍ରିୟା ମିଶ୍ର ଵିଜେଡିରେ ଯୋଗ ଦେଇଥିବା ଜଣାଯାଇଛି।ଉଭୟ ସ୍ୱ।ମୀ ସ୍ତ୍ରୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରେ ଯୋଗ ଦେଇଥିଲେ।ମନ୍ମଥ କୁଆଡେ ତାଙ୍କ ନିଜ ଅଞ୍ଚଳ ଆଠଗଡରୁ ଵିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ହେଵାକୁ ମନଵଳାଇ ଥିଵା ଵେଳେ ଏହି ଦୈ।ଡରେ ଥିଵା ଵିଶ୍ୱସୁନ୍ଦର ମିଶ୍ର,ତାଙ୍କ ଭାଇ ବିଭୂତି ଭୂଷଣ ମିଶ୍ର,ଵ୍ରଜେନ୍ଦ୍ର ରାୟ, ହରପ୍ରସାଦ ମିଶ୍ର, ରାମନାରାୟଣ ମହାନ୍ତି,ଵିକ୍ରମ ଦାଶ ପ୍ରମୁଖ ଙ୍କୁ ପଛରେ ପକାଇ ଵ୍ରଜେନ୍ଦ୍ର ରାୟଙ୍କୁ ଵିଜେପି ଟିକେଟ ଦେଇଥିଲା।ଏଥିରେ ଅସନ୍ତୋଷ ପ୍ରକାଶ କରି ସେହିଦିନଠାରୁ ମନ୍ମଥ ଵିଜେପି ଠାରୁ ଦୂରତା ଅବଲମ୍ବନ କରିଆସୁଥିବା ଆଲୋଚନା ହେଉଛି।ଏହି ପରିପ୍ରେକ୍ଷୀରେ ପତ୍ନୀ କ୍ରିଷ୍ଣା ଵିଜେଡିକୁ ହଠାତ୍ ଚାଲିଯିବା ପଛରେ ଅନ୍ୟକିଛି ରାଜନିତୀ ଅଭିସନ୍ଧି ଅଛି ବୋଲି ଆଲୋଚନା ହେଉଛି।ଓଡ଼ିଶା ସମାଚାର