Tuesday , August 16 2022
Breaking News
Home / ବିଶେଷ / ସାମ୍ବାଦିକମାନଙ୍କ ବେଆଇନ ଗିରଫଦାରୀକୁ ନିନ୍ଦାକଲା ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ

ସାମ୍ବାଦିକମାନଙ୍କ ବେଆଇନ ଗିରଫଦାରୀକୁ ନିନ୍ଦାକଲା ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ

ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)-ମାଲକାନଗିରିରେ ଅର୍ଗସ ପ୍ରତିନିଧିଙ୍କ ସହ ୪ଜଣ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ସାମ୍ବାଦିକଙ୍କ ଉପରେ ପୋଲିସ୍ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛି ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ । ଯେଉଁ ସାମ୍ବାଦିକ ଗିରଫ ହୋଇଛନ୍ତି, ସେମାନେ ନକ୍ସଲ ନୁହଁନ୍ତି । ସେମାନଙ୍କୁ ଥାନାକୁ ଡ଼ାକି ଆଲୋଚନା କରିପାରିଥାନ୍ତେ । ପୋଲିସ୍ ମାଓବାଦୀ ଭଳି ରାତିଅଧରେ ଗିରଫ କରିବା ନିନ୍ଦନ୍ଦୀୟ । ରାତି ଅଧରେ ଫୋର୍ସ ଲଗାଇ ବଳପୂର୍ବକ ଗିରଫ କରିଛି ପୋଲିସ୍ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି କରିଛି ମହାସଂଘ ।
ପୋଲିସ୍ ଚାପରେ ପଡ଼ି ସାମ୍ବାଦିକଙ୍କୁ ଗିରଫ କରି ଫରୱାର୍ଡ଼ କରିଛି । ସେଥିପାଇଁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଦରକାର ବୋଲି ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘର ସଂଗଠନ ସମ୍ପାଦକ କେ.ବାଲାରାଜୁ ଆଚାରୀ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.