Saturday , August 13 2022
Breaking News
Home / ବିଶେଷ / ସାଂସଦ ଭର୍ତୃହରି ମହତାଵ ଅସୁସ୍ଥ, ଲୋହିଆ ହସ୍ପିଟାଲରେ ଭର୍ତ୍ତି,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ସାଂସଦ ଭର୍ତୃହରି ମହତାଵ ଅସୁସ୍ଥ, ଲୋହିଆ ହସ୍ପିଟାଲରେ ଭର୍ତ୍ତି,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କଟକ ସଦର, ୨୧/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଵିଜେଡିର ବରିଷ୍ଠ ନେତା ତଥା କଟକ ଲୋକସଭା ସାଂସଦ ଭର୍ତୃହରି ମହତାଵ ହୃଦଜନୀତ ରୋଗରେ ପୀଡିତ ହୋଇ ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ଗତ କିଛି ଦିନ ତଳେ ଭର୍ତୃହରିଙ୍କ ହୃଦଜନୀତ ସମସ୍ୟା ଦେଖାଦେଇଥିଲା।ଏଥିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଵିଗିଡିଵାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଷ୍ଟେଣ୍ଟ ଲଗାଯାଇଥିବା ଜଣାଯାଇଛି। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଖଵର ପାଇ ଟୁଇଟ ଯୋଗେ ଭର୍ତୃହରିଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ପୁଅ ଲୋକରଞ୍ଜନ ମହତାଵଙ୍କ ସହ ଫୋନ୍ ଯୋଗେ ସ୍ୱ।ସ୍ଥ୍ୟଵସ୍ଥା ପଚାରି ବୁଝିଥିଲେ।ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.