Tuesday , August 9 2022
Breaking News
Home / ବିଶେଷ / ଶିରିଡ଼ି ସାଇ ସେବା ପ୍ରତିଷ୍ଠାନର ୫ମ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ 

ଶିରିଡ଼ି ସାଇ ସେବା ପ୍ରତିଷ୍ଠାନର ୫ମ ବାର୍ଷିକ ଉତ୍ସବର ପ୍ରସ୍ତୁତି ବୈଠକ 

ରଘୁନାଥପୁର, ୨୧/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ସେବା ପ୍ରତିଷ୍ଠାନର ୫ମ ବାର୍ଷିକ ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଷ୍ଠାନର ମୁଖ୍ୟ ଟ୍ରଷ୍ଟି ବିଜୟ ପାଲଟାସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ତିର୍ତୋଲ ବିଧାୟକ ଇଂ ବିଜୟ ଶଙ୍କର ଦାସଙ୍କୁ ୩ ଦିନ ଧରି ହେବାକୁ ଥିବା ବିର୍ଷିକ ଉତ୍ସବର ସଭାପତି ରୂପେ ଘୋଷଣା କରାଯାଇଥିଲା । ଆସନ୍ତା ଜାନୁଆରୀ ମାସ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବକୁ ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନ୍ ଅନୁଯାୟୀ ସରଶ ସୁନ୍ଦର କରାଯିବା ପାଇଁ ବିଧାୟକ ଶ୍ରୀଯୁକ୍ତ ଦାସ ମତ ପ୍ରକାଶ କରିଥିଲେ । କଳସ ଯାତ୍ରା ଠାରୁ ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ଉପସ୍ଥିତ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ । ରଘୁନାଥପୁର ବ୍ଲକ୍ ର ଏକ ମାତ୍ର ଶିରିଡ଼ି ସାଇ ମନ୍ଦିର ର ସମସ୍ତ ପ୍ରକାର ଉନ୍ନତିକରଣ ପାଇଁ ଅଂଚଳବାସୀ ଆଗେଇ ଆସିବା ପାଇଁ ବିଧାୟକ ଆହ୍ୱାନ ଦେସଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଶିରିଡ଼ି ସାଇ ସେବା ପ୍ରତିଷ୍ଠାନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, କୋଷାଧ୍ୟକ୍ଷ ପାର୍ଥଶଖା ପାଲଟା ସିଂ, ଉପଦେଷ୍ଟା ଦିଲିପ କୁମାର ରଥ, ବିଜୟ କୁମାର ସ୍ୱାଇଁ, ଡ଼ ସୁରେନ୍ଦ୍ରନାଥ ମହାପାତ୍ର, ଦେବାଶିଷ ତ୍ରିପାଠୀ, ଡ଼େଜାଲିନ୍ ମହାପାତ୍ର, ବଟକୃଷ୍ଣ ନାୟକ, ପ୍ରଫୁଲ ମହାପାତ୍ର, ତାରାକାନ୍ତ ଜେନା,ସରୋଜକାନ୍ତ ସ୍ୱାଇଁ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.